ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ହିଞ୍ଜିଳିକାଟୁ ବାଳିକା ଉଚ୍ଚବିଦ୍ୟାଳୟ ବୃନ୍ଦାବନ ବିଦ୍ୟାପୀଠରେ ମିଶିଲା

0
301

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ସରକାରଙ୍କ ନିର୍ଦେଶ କ୍ରମେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏହି ଦୁଇ ବିଦ୍ୟାଳୟ ମିଶ୍ରଣ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଶୁକ୍ରବାର ଦିନ ବୃନ୍ଦାବନ ବିଦ୍ୟାପୀଠ ଠାରେ ଦୁଇ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଗରେ ଘୋଷଣା କରିଛନ୍ତି । ଦିନକୁ ଦିନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଅଭାବ ଦେଖା ଦେଇଥିବା ବେଳେ ପିଲା ମାନଙ୍କ ପାଠ ପଢ଼ିବା ରେ ଅସୁବିଧା ,ଶିକ୍ଷକ ଅଭାବ ଦୂର କରିବା ,ଅଞ୍ଚଳ ରେ ଅଧିକ ଭଲ ରେଜଲ୍ଟ ହେବା ଅନ୍ୟାନ ସୁବିଧା ଲକ୍ଷ୍ୟ ରେ ଏହିପରି ନିଷ୍ପତି ନିଆଯାଇଥିବା ଶିକ୍ଷାଧିକାରୀ ମତ ରଖିଛନ୍ତି । ଦୁଇ ବିଦ୍ୟାଳୟ ମିଶିବା ପରେ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ପ୍ରଧାନଶିକ୍ଷୟତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ଅନୁଷ୍ଠିତ ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମ୍ମାନିତ ଅତିଥି ହିଞ୍ଜିଳିବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ବୃନ୍ଦାବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଦାୟିତ୍ଵ ରେ ଥିବା ନିକୁଞ୍ଜ ପ୍ରଧାନ ମଞ୍ଚାସିନ ଥିଲେ । ଆଜି ଠାରୁ ଦୁଇ ବିଦ୍ୟାଳୟ ମିଶ୍ରଣ ହୋଇ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ନାମ ରେ ନାମିତ କରାଯିବା ନେଇ ଶିକ୍ଷାବିଭାଗର ପତ୍ର ନଂ ୮୩୪୫ ରେ ନିର୍ଦେଶନାମା ଆସିଛି । ସେପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ବୈଠକ ରେ ଜିଲ୍ଲା ଶିକ୍ଷାଧିକାରୀ ଓ ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଯୋଗ ଦେଇ ବିଦ୍ୟାଳୟ ପରିସର ରେ ଏକ ଲାଇବ୍ରେରୀ ଉଦଘାଟନ କରିବା ସହ ଉପସ୍ଥିତି ଅଭିଭାବକ ଓ ଛାତ୍ରୀ ମାନଙ୍କ ସହ ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here