ଧର୍ମଗଡ (ଓବି ନ୍ୟୁଜ୍) : ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୁପକ୍ଷ ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁଯାଇ ଆଜି ଅପରାହ୍ନ ଘ୨ସମୟରେ ସମସ୍ତ ଅଭିଭାବକମାନଙ୍କୁ ନେଇ ଶିଶୁମନ୍ଦିର ପରିସରରେ ଅଭିଭାବକ ମଂଚର ବୈଠକ ପ୍ରଧାନଗୁରୁଜୀ ଶ୍ରୀ ସୁଧୀର ଗୋପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ.ଏମ.ସି ସଭାପତି ଶ୍ରୀ ହୃଷିକେଶ ସାହୁ ସଂପାଦକ ତାରେଣୀ ପ୍ରସାଦ ଦାସ ଙ୍କ ସମେତ ବହୁ ସଂଖ୍ୟାରେ ଅଭିଭାବକ ସାମିଲ ହୋଇଥିଲେ । ବିଦ୍ୟାଳୟର ପ୍ରଧାନଗୁରୁଜୀ ସର୍ବପ୍ରଥମେ ଏହି ବୈଠକର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ସଭାର ସଭାପତି ହୃଷିକେଶ ସାହୁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବୈଠକରେ ବିଦ୍ୟାମନ୍ଦିରର ଗୁରୁଜୀ ସୁଧୀର ରଞ୍ଜନ ଗୋପାଳ, ଜୌତିରଞନ ଗୋପାଳ, ଗୁରୁମା ଦୀପାଞଳି ବାରିକ ସହ ଅଭିଭାବକ ସୁଶାନ୍ତ ଦାସ, କୃଷ୍ଣ ବାଗ, ତ୍ରିଲୋଚନ ସୁନାନୀ, ଉମାକାନ୍ତ ବାଗ, ଲଛମନ ସେଠିଆ, ଅଭୟ ମେହେର, ଫିରୋଜ ଦାସ, ପ୍ରବିଣ ଦାସ, ଗୋପିନାଥ ଝାଙ୍କର, ହେତୁରାମ ମେହେର, ପିତବାସ ଗୋପାଳ ପ୍ରଭୁତି ଉପସ୍ଥିତ ଥିଲେ ।