ବିଦ୍ୟୁତ ଆଘାତ ରେ ଗର୍ଭବତୀ ମହିଳା ମୃତ

0
52

ଭଞ୍ଜନଗର (ଓବି ନ୍ୟୁଜ୍)(ଜୟକୃଷ୍ଣ ପଟ୍ଟନାୟକ) ; ଭଞ୍ଜନଗର ନିକଟ ଡ଼ୁମାକୁମ୍ପା ଗ୍ରାମର ରୁବି ଗୌଡ଼ (୨୫) ୮ମାସର ଗର୍ଭବତୀ ଥିଲେ । ଆଜି ସନ୍ଧ୍ୟା ୬ଟା ବେଳେ ସେ ଘରର ଲାଇଟ ଲଗାଇବାକୁ ଯାଉଥିବା ବେଳେ ସ୍ବିତ୍ଚ ବୋର୍ଡ ନିକଟରେ କୌଣସି କାରଣ ରୁ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଚିତ୍କାର କରି ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୂର୍ବରୁ ତାଙ୍କର ଏକ ୩ବର୍ଷ ର କନ୍ୟା ରହିଛି କ୍ଷ ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠେଇଛି ।

LEAVE A REPLY

Please enter your comment!
Please enter your name here