ବାଲ୍ୟ ବିବାହ ବନ୍ଦ ପାଇଁ ଶପଥ

0
117

ସୋନପୁର,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ବ୍ୟାପକ ସଚେତନତା ହିଁ ବାଲ୍ୟ ବିବାହକୁ ରୋକି ପାରିବ । ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି । ଏହାକୁ ରୋକିବା ପାଇଁ ପ୍ରତ୍ୟେକ ସ୍ତରରେ ବ୍ୟାପକ ଉଦ୍ୟମ ହେବା ନିହାତି ଜରୁରୀ ବୋଲି ସୁବର୍ଣ୍ଣପୁରରେ ଅନୁଷ୍ଠିତ ବାଲ୍ୟ ବିବାହ ପ୍ରତିକାର ସମ୍ପର୍କିତ ଜିଲାସ୍ତରୀୟ କର୍ମଶାଳାରେ ଏକ୍ସନ୍ଏଡ୍ର ରାଷ୍ଟ୍ରୀୟ ବାଲ୍ୟ ବିବାହ ପ୍ରତିରୋଧ ପରିଚାଳକ ଘାସିରାମ ପଣ୍ଡା ଯୋଗ ଦେଇ ପ୍ରକାଶ କରିଛନ୍ତି । ସେହିପରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର୍ ପକ୍ଷରୁ ଷ୍ଟିଚ୍ଟିଙ୍ଗ୍ କିଣ୍ଡର ପୋଷ୍ଟଜିଗେଲ୍ଟ ନେଦରଲ୍ୟାଣ୍ଡ ସହାୟତାରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଆଇନ- ୨୦୦୬ ତଥା ଏହାର ଆଇନଗତ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ବାଲ୍ୟ ବିବାହରୁ ଉଦ୍ଧାର ଶିଶୁଙ୍କ ପାଇଁ ରହିଥିବା ଥଇଥାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ଭୁବନେଶ୍ୱର ଭାଇର କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ ବାଲ୍ୟ ବିଭାଗର ସାମାଜିକ, ଶାରୀରିକ,ମାନସିକ ଓ ଆର୍ଥୀକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୫୭ କିଶୋର କିଶୋରୀ ବାଲ୍ୟ ବିବାହ ବନ୍ଦ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ଅନୁଷ୍ଠିତ ଜିଲା ସ୍ତରୀୟ ବୃତିଗତ ପରାମର୍ଶ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଯୋଗ ଦେଇ ଦୁର୍ବଳ ମୁହୂର୍ତରେ ଭାଙ୍ଗି ନପଡି ଆଗକୁ ବଢିବା ପାଇଁ ଦୃଢ ସଙ୍କଳ୍ପ ହେଲେ ସଫଳତା ନିଶ୍ଚିତ ମିଳିବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନବାଧିକାର ସୁରକ୍ଷା ସେଲ୍ ଆନନ୍ଦ ବର୍ଦ୍ଧନ ଗୁରୁ, ସହକାରୀ ଶିକ୍ଷକ ତଥା ରେଆର୍ ଉପ ସଭାପତି ଅମ୍ବୁଜ ବିହାରୀ ଶତପଥି, ଆଇଟିଆଇର ତାଲିମ ଅଧିକାରୀ ସୋମନାଥ ତରିଆ ଓ ସହ ତାଲିମ ଅଧିକାରୀ ରଞ୍ଜନ ତ୍ରିପାଠି ପ୍ରମୁଖ ଯୋଗଦେଇଥିଲେ । ଏହି ଉଭୟ ଦିବସର କାର୍ଯ୍ୟକ୍ରମ ଆରମ୍ଭରେ ରେଆର୍ର ସଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ତିଳୋତମା ପୁହାଣ, ଉମାରାଣୀ ମେହେର, ଅଶୋକ ଝାଙ୍କର, ସୁରେଶ ପ୍ରଧାନ, ସୁଦାମ ଗାଇଗରିଆ ଓ ରୋହିତାଶ୍ୱ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ସହାୟକ ସୁଶାନ୍ତ ସା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here