ବ୍ରହ୍ମପୁର (ଓବି ନ୍ୟୁଜ): ବହୁ ଚର୍ଚ୍ଚିତ ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଭାଲୁ ଓରଫ ଭଗବାନ ସାହୁକୁ ଭୁବନେଶ୍ୱରରୁୁ ଗିରଫ କରିଛି ବ୍ରହ୍ମପୁର ପୁଲିସର ସ୍ୱତନ୍ତ୍ର ଟିମ୍ । ମନୋଜ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭଗବାନ ସାହୁ ଥିବା ସୂଚନା ଦେଲା ପୁଲିସ । ହତ୍ୟାକାଣ୍ଡରେ ସୁପାରି ଦିଆଯାଇଥିବା ତଦନ୍ତବେଳେ ଜାଣିବାକୁ ମିଳିଛି । ସୂଚନା ମୁତାବକ ୨୦୦୪ ମସିହାରେ ଭାଲୁର ସାନ ଭାଇ ହତ୍ୟାକାଣ୍ଡରେ ମନୋଜର ସମ୍ପୃକ୍ତ ରହିଥିଲା । ଯାହାର ପ୍ରତିଶୋଧ ପରାୟଣ ହୋଇ ଭାଲୁ ଓରଫ ଭଗବାନ ସାହୁ ଏଭଳି ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଥିବା ତଦନ୍ତବେଳେ ସ୍ୱୀକାର କରିଛି । ପୂର୍ବରୁ ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୁଲିସ । ତେବେ ଅଧିକ ଖୋଳତାଡ଼ ଲାଗି ଭାଲୁକୁ ୫ ଦିନିଆ ରିମାଣ୍ଡରେ ନେବା ନିମନ୍ତେ ଆବେଦନ କରିବ ପୁଲିସ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।