ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଭାବରେ ନିଜ ନିଜର ଜନ୍ମଦିନ ପାଳନ କରନ୍ତି । ନିଜ ଜନ୍ମଦିନକୁ ଅଧିକ ସ୍ମରଣୀୟ ତଥା ପରିବେଶ ପ୍ରତି ନିଜ ପ୍ରତିବଦ୍ଧତା ବ୍ୟକ୍ତ କରିବା ପାଇଁ ବୃକ୍ଷରୋପଣ କରି ନିଜ ଜନ୍ମଦିନକୁ ନିଆରା ଭାବେ ପାଳନ କରିଛନ୍ତି ହିଞ୍ଜିଳିକାଟୁ ଅଞ୍ଚଳର ଛାତ୍ର ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଶନିବାର ସୌମ୍ୟରଞ୍ଜନଙ୍କ ଜନ୍ମଦିନ ଅବସରରେ ସେ ସ୍ଥାନୀୟ ଘୋଡାହାଡ଼ ନଦୀ ପଠାରେ ବୃକ୍ଷରୋପଣ କରିଥିଲେ । ଏହି ମହତ କାର୍ଯ୍ୟ କରି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି । ସେ କହନ୍ତି ଯେ “ପରିବେଶ ପାଖରେ ପ୍ରତ୍ୟେକ ମଣିଷ ଋଣୀ, ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ମଣିଷ ପରିବେଶ ବିଶେଷ ଭାବରେ ବୃକ୍ଷ ମଣିଷମାନଙ୍କ ବିଭିନ୍ନ କାମରେ ଆସନ୍ତି । ତେଣୁ ସମସ୍ତେ ପରିବେଶର ସୁରକ୍ଷା ପାଇଁ ଯତ୍ନବାନ ରହିବା ସହ ବୃକ୍ଷରୋପଣ କରିବା ଉଚିତ”। ଏହି ଅବସରରେ ତାଙ୍କ ସହ ତ୍ରିରଙ୍ଗା ଯୁବକ ସଂଘର ସଭାପତି ରଞ୍ଜନ କୁମାର ସାହୁ, ଉପ-ସଭାପତି ପ୍ରଭାତ କୁମାର ମହାରଣା, ସବୁଜ ପରିବାରର ସଂଯୋଜକ ଶିବଶମ୍ଭୁ ଗୌଡ଼, ସଦସ୍ୟ ଅନାଦି ପାଣିଗ୍ରାହୀ ପ୍ରମୂଖଙ୍କ ସମେତ ଯୁବକ ସଂଗଠନର ବିଭିନ୍ନ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ପୂର୍ବରୁ ତ୍ରିରଙ୍ଗା ଯୁବକ ସଂଘ, ସବୁଜ ପରିବାର ଯୋଜନା ଅନୁଯାୟୀ ଜନ୍ମଦିନରେ ଗଛଟିଏ ଅଭିଯାନର ଏଥି ସହ ଶୁଭାରମ୍ଭ ହୋଇଯାଇଛି ।