ବେଲଗୁଣ୍ଠା (ଓବି ନ୍ୟୁଜ୍) (ସନ୍ତୋଷ ବିଷୋୟୀ) ; ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମର ସୌମ୍ୟ ଗୌଡ଼ ବୟସ ୧୮, ପିତା -ସନ୍ତୋଷ ଗୌଡ଼ ବାଇକ ଦୁର୍ଘଟଣା ରେ ଆହତ ହୋଇଛନ୍ତି, ଆଜି ସକାଳେ ସୌମ୍ୟ, ତାଂକ ସହିତ ଦିଲୁ ନାୟକ, ଓ ମଣ୍ଟୁ ରଣା ଗୋଟିଏ ବାଇକ ରେ ବସି ରାଇପଡା ଶିବ ମନ୍ଦିର କୁ ଯାଇଥିଲେ, ମନ୍ଦିର ରୁ ଫେରିବା ବେଳେ ସୌମ୍ୟ ଠିକ ଭାବେ ଗାଡି ନ ଚଳାଇପାରି ଭାରସମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଲା, ଏହି ଦୁର୍ଘଟଣା ରେ ସୌମ୍ୟଙ୍କୁ ଡାହାଣ ଗୋଡ଼ ରେ ଆଘାତ ଲାଗିଥିବା ବେଳେ, ଅନ୍ୟ ୨ ଜଣକୁ ସାମାନ୍ୟ ଆଘାତ ଲାଗିଥିଲା, ତୁରନ୍ତ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା, ସୌମ୍ୟଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର କୁ ସ୍ତାନାନ୍ତର କରିଛନ୍ତି