ବାରଟାରେ ଆମ ପୋଲିସ୍ ସମିତି ବୈଠକ

0
64

ବେଲଗୁଣ୍ଠା (ଓବି ନ୍ୟୁଜ) (ସନ୍ତୋଷ ବିଷୋୟୀ) ; ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତର ବାରଟା ଗ୍ରାମରେ ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ର ଏକ ସ୍ୱତନ୍ତ୍ର ଅଧିବେସନ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୁଲ୍ୟ ଦାସ,ବରିଷ୍ଠ ଆଇନଯୀବୀ ସିମାଞ୍ଚଳ ପୃଷ୍ଠି,ପ୍ରେସ କ୍ଲବ ଉପଦେଷ୍ଠା ସନ୍ତୋଷ ବିଷୋୟୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଆମ ପୋଲିସ୍ ସମିତି ସଦସ୍ୟ କାମରାଜୁ ଭୋଳ,ନିତ୍ୟାନନ୍ଦ ବିଷୋୟୀ,କାମରାଜୁ ସ୍ୱାଇଁ,ଦିଲ୍ଲୀପ ସ୍ୱାଇଁ,କୁଞ୍ଜ ବିହାରୀ ନାୟକ ଓ ଦିବାକର ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଗୁଣି ଗାରେଡି,ଅନ୍ଧ ବିଶ୍ୱାସକୁ ପରିହାର କରିବା,ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସହ ସୁରକ୍ଷା ଓ ସମ୍ମାନ ଦେବା , ଗାଡି ଚାଳନା ବେଳେ ହେଲମେଟ ବ୍ୟବହାର କରିବା ,ନାବାଳକ ନାବାଳିକା ମାନଙ୍କୁ ଗାଡି ଚାଳନାରୁ ଦୁରେଇ ରଖିବା ଆଦି ସଚେତନ ମୁଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ଗ୍ରାମର ଯୁବକ ସଂଘ,ଅଙ୍ଗନବାଡି କର୍ମୀ,ଆଶା ଦିଦି,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମାଆ ମାନେ ସହ ଯୋଗ କରିଥିଲେ । ଶେଷରେ ହାବିଲଦାର ସୁବାସ ବରାଡ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here