ଗଛରେ ପିଟି ହେଲା ବାଇକ , ଜଣେ ମୃତ୍ୟୁ , ଦୁଇ ଆହାତ

0
43

ଦିଗପହଣ୍ଡି (ଓବି ନ୍ୟୁଜ) (ଶିବ ପ୍ରସାଦ ରଥ) ; କେ . ନୂଆଗାଁ ଥାନା ଅର୍ନ୍ତଗତ ଖମ୍ବାରି ଗାଁ ପଞ୍ଚାୟତ ବାଲିଘାଇ ଠାରେ ଏକ ବାଇକ ଗଛରେ ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗୈାତମୀ ପଞ୍ଚାୟତର ବୁଦ୍ଧିଆ ଦୋରାଙ୍କ ପୁତ୍ର କିଶାନ ଦୋରା (୨୩) ଏବଂ ଗୁରୁତର ମାନେ ହେଲେ ଜିତେନ୍ଦ୍ର ସେଠୀ (୨୩) ଓ ସଂଗ୍ରାମ ଦୋରା (୨୦)। ସେମାନଙ୍କ ଘର ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମ ବୋଲି ଜଣାପଡିଛି । ସେମାନେ ଶନିବାର ସକାଳ ୯ ଘଣ୍ଟା ସମୟରେ ନିଜ ହିରୋ ବାଇକ (ଓଡି୦୭ଏଏ୮୦୨୧) ଯୋଗେ ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତର ଉଜ୍ଜଳେଶ୍ବର ଶୈବପୀଠରେ ଦର୍ଶନ କରି ଫେରିବା ବାଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଉପସ୍ଥିତ ଡାକ୍ତର କିଶାନକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here