ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର୍ ; ଦରମା ପାଇନାହାନ୍ତି ଶିକ୍ଷକ

0
34

ବେଗୁନିଆପଡ଼ା (ଓବି ନ୍ୟୁଜ)(ଗାୟତ୍ରି ଦେବୀ) ; ଗତ ଅଗଷ୍ଟ ମାସରେ ରାଜ୍ୟ ସରକାର ନୂଆଖାଇ ପର୍ବକୁ ଆଖି ଆଗରେ ରଖି କାର୍ଯ୍ୟରତ ଶିକ୍ଷକ ମାନଙ୍କର ଅଗଷ୍ଟ ୩୧ ତାରିଖ ସୁଦ୍ଧା ଅଗଷ୍ଟ ମାସର ଦରମା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରେ ମଧ୍ୟ ବେଗୁନିଆପଡ଼ା ବ୍ଲକ୍ ରେ ଏହାର ତୀବ୍ର ବ୍ୟତିକ୍ରମ ଦେଖାଦେଇଛି । ଅଗଷ୍ଟ ମାସତ ଦୂରର କଥା ଏପରିକି ୧୩୦ ଜଣ ଶିକ୍ଷକଙ୍କ ଜୁଲାଇ ମାସର ଦରମା ମିଳିନଥିବା ବେଳେ ସମସ୍ତ ରେଗୁଲାର ଶିକ୍ଷକଙ୍କ ଏଯାବତ୍ ଅଗଷ୍ଟ ମାସର ଦରମା ମିଳିନଥିବକ୍ଷ ଯୋଗୁଁ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ଏପରିକି ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ବ୍ଲକରେ ଏଲିମେଣ୍ଟାରୀ ଶିକ୍ଷକ ଭାବେ ୯୫ ଜଣ କାର୍ଯ୍ୟ କରୁଥିବା ବେଳେ ନୂତନ ପେନସନ୍ ଭୁକ୍ତ ଶିକ୍ଷକ ଓ ଗଣ ଶିକ୍ଷକ ଙ୍କୁ ମିଶାଇ ୨୫୭ ଜଣ ଏପରିକି ମୋଟ ୪୫୯ ଜଣ ନିୟମିତ ଶିକ୍ଷକ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ୍ ୧୩୦ ଜଣ ଶିକ୍ଷକଙ୍କ ଜୁଲାଇ ମାସରୁ ଦରମା ହୋଇନଥିବା ସହ ଆଉ ବଳକା ୩୨୯ ଜଣଙ୍କର ଅଗଷ୍ଟ ମାସର ଦରମା ହୋଇନାହିଁ କ୍ଷ ଏ ସମ୍ପର୍କରେ ବେଗୁନିଆପଡ଼ା ବି ଇ ଓ କମଳା କାନ୍ତ ସାହୁଙ୍କ ସହ ଯୋଗଯୋଗ୍ କରିବାପରେ ସେ ଏଚ୍ ଆର୍ ଏମ୍ ଏସ୍ ରେ ଡାଟା ଭୁଲ ଥିବା କହିଛନ୍ତି ଏହା ସହିତ ଦରମା ଦାୟିତ୍ଵରେ ଥିବା କର୍ମଚାରିଙ୍କ ସହ ଯୋଗଯୋଗ୍ କରିବାରେ ସେ ପ୍ରକାଶ କରିଛନ୍ତି ଯେ ୧୩୦ ଜଣ ଜୁଲାଇ ମାସର ଦରମା ନ ପାଇବା କାରଣ ହେଲା ଏହି ତାଲିକାରେ ୫ ଜଣ ଶିକ୍ଷକଙ୍କ ନାମ ନଥାଇ ଅଲଗା ୬ ଜଣ ଶିକ୍ଷକଙ୍କ ନାମ ତାଲିକାଭୁକ୍ତ ହୋଇଛି ଯାହା ଫଳରେ ଦରମା କରାଯାଉନାହିଁ କ୍ଷ ଆଉ ସମସ୍ତଙ୍କ ଅଗଷ୍ଟ ମାସ ପାଇଁ ବିଲ୍ ପ୍ରସ୍ତୁତ ହୋଇସାରିଛି କ୍ଷ ସମସ୍ୟା ସମାଧାନ ହେବା ପରେ ଦରମା ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି କ୍ଷ ଅପର ପକ୍ଷରେ ବି ଇ ଓ କାର୍ଯ୍ୟାଳୟ କର୍ମଚାରୀଙ୍କ ଅଗଷ୍ଟ ମାସର ଦରମା ହୋଇଥିବା ବେଳେ ଶିକ୍ଷକ ମାନଙ୍କ ଦରମା ପ୍ରଦାନରେ ଅହେତୁକ ବ୍ୟତିକ୍ରମ ଯୋଗୁଁ ଶିକ୍ଷକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି କ୍ଷ

LEAVE A REPLY

Please enter your comment!
Please enter your name here