ଋକ୍ତ ଦାନ ଶିବିର ଆୟୋଜନ କରି ବେଲଗୁଣ୍ଠା ପ୍ରେସ କ୍ଲବ ସମ୍ବର୍ଦ୍ଧିତ

0
75

ବେଲଗୁଣ୍ଠା (ଓବି ନ୍ୟୁଜ) (ସନ୍ତୋଷ ବିଷୋୟୀ) ; ବେଲଗୁଣ୍ଠା ପ୍ରେସ କ୍ଲବ ୨୦୧୮ ମସିହାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆଜି ଭଞ୍ଜନଗର ରକ୍ତ ଭଣ୍ଡାର ବୈ÷ଠକ ଗୃହ ଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଭଞ୍ଜନଗର ଥାନା ଅଧଛିକାରୀ ସୁଦୀପ୍ତ ସାହୁ,ଅଡବା ଥାବା ଅଧିକାରୀ ଅଜୟ ବାରିକ,ରକ୍ତ ଭଣ୍ଡାର ଅଧୀକାରୀ ଡା.ପ୍ରଣବ ପ୍ରକାଶ ଦାସ ,ମେଡିକାଲ ସୁପରିଟେଣ୍ଡ ଡା.ପିତାମ୍ବର ଦାଶଙ୍କ ଠାରୁ ସମ୍ବର୍ଦ୍ଦିତ ହୋଇଛି । ଆଗାମୀ ୧୨ ତାରିଖରେ ସମାଜସେବୀ ୰ ସିତାରାମ ସୁବୁଦ୍ଧିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ପ୍ରେସ କ୍ଲବ ବେଲଗୁଣ୍ଠା ଏବଂ ସୁବୁଦ୍ଧି ପରିବାର ତରଫରୁ ଏକ ରକ୍ତଦାନ ଶିବିରରେ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈ÷ଠକ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିପରି ଅଧିକ ନୂତନ ରକ୍ତଦାତା ସୃଷ୍ଠି ହେବେ ସେ ନେଇ ଆଲୋଚନା ହୋଇଥିଲା । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରେସ କ୍ଲବ ସଂପାଦକ ସୁଶାନ୍ତ ମିଶ୍ର,କୋଷାଧ୍ୟକ୍ଷ ପ୍ରଭାତ ସାହୁ,ସନ୍ତୋଷ ବିଷୋୟୀ,ସୁଶାନ୍ତ ବେହେରା,ମାଧବ ଚନ୍ଦ୍ର ଆପଟ,ବରିଷ୍ଠ ସଦସ୍ୟ ଚନ୍ଦ ସାହୁ,ସୁର୍ଯ୍ୟ ନାରାୟଣ ତ୍ରିପାଠୀ,ସୁରେଶ ସୁବୁଦ୍ଧି,ଅରୁଣ ସ୍ୱାଇଁ,ଶିବରାମ ଚୈ÷ାଧୁରୀ ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here