ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ହିଂଜିଳିକାଟୁ ରେ ଚାଲିଥିବା ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟ ବିତି ଯାଇଥିଲେ ମଧ୍ୟ ଶେଷ ହୋଇନାହିଁ । ସେଥି ମଧ୍ୟରୁ ନବନିର୍ମିତ ବସ୍ ଷ୍ଟାଣ୍ଡ ଏବଂ ମେଗା ଇନଡ଼ୋର ଷ୍ଟାଡ଼ିୟମ ଜନ ମାନସ ରେ ଏହି ଦୁଇ ପ୍ରକଳ୍ପ ପାଇଁ ଆତୁରତା ବଢୁଥିବା ବେଳେ ପୂର୍ଣ୍ଣ ଅବଧି ମଧ୍ୟ ରେ କାର୍ଯ୍ୟ ସମ୍ପାଦନ ନହେବା ଜନ ମାନସ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଦୁଇ କାର୍ଯ୍ୟ କୁ ଜିଲ୍ଲାପାଳ ବାରମ୍ବାର ଅଧିକ ଦୃଷ୍ଟି ଦେବା ସହ ତଦାରଖ କରୁଥିବା ଜଣାଯାଇଛି । ପୂର୍ଣ୍ଣ ଅବଧି ମଧ୍ୟ ରେ ଉପରୁକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦେଶ ହୋଇଥିଲେ ମଧ୍ୟ ସମ୍ପାଦିତ ନହେବା ବିଷୟକୁ ନେଇ ବିଭନ୍ନ ମହଲ ରେ ବିଭିନ୍ନ ରକମର ପ୍ରଶ୍ନ ଉଠିଛି ଏପରିକି ସମ୍ପାଦିତ ନହେବା ପଛ ରେ କାର୍ଯ୍ୟ କରିବା ଆକଳନକାରି (ଏଷ୍ଟିମେଟର) ,ନା ତଦାରଖ କରୁଥିବା ଯନ୍ତ୍ରୀ , ନା କାର୍ଯ୍ୟ ସମ୍ପାଦନ କରୁଥିବା ଠିକାଦାର୍ ଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ଆଗାମୀ ଦିନରେ ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଏହି ଦୁଇ ପ୍ରକଳ୍ପ ଉପରେ ପ୍ରଶାସନର ନଜର ଥିବା ବେଳେ ପ୍ରଶାସନ ଅଧିକାର ମାନଙ୍କୁ ବାରମ୍ବାର ହତାଶ ଭାବ ଦେଖା ଯାଉଥିବା ସାଧାରଣ ରେ ଚର୍ଚ୍ଚା ହୋଉଛି । ପ୍ରକଳ୍ପ ଶେଷ କରିବା ପାଇଁ ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆସି ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି । ପୂର୍ବାହ୍ନରେ ଜିଲ୍ଲାପାଳ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ଇନଡ଼ୋର ଷ୍ଟାଡ଼ିୟମ ବୁଲିଦେଖିବା ସହ ଆରଏମସି ପରିସରରେ ନିର୍ମାଣାଧୀନ ଶୀତଳ ଭଣ୍ଡାର, ମାଛ ମାର୍କେଟ ଗୃହ, ହିଂଜିଳି ଦେଉଳ ବନ୍ଧର ସୋନ୍ଦର୍ଯ୍ୟ କରଣ କାମ ବୁଲି ଦେଖିଥିଲେ । କାର୍ଯ୍ୟ ଗୁଡ଼ିକ ମନ୍ଥର ଗତି ରେ ଚାଲିଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମୟ ଅନୁସାରେ ଯେଉଁ ଠିକାଦାର କାମ ସାରି ପାରୁ ନାହାନ୍ତି ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ତାଗିଦ କରିଥିଲେ । ଜିଲାପାଳଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ପୂର୍ତ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢ଼ି, ଯନ୍ତ୍ରୀ ମାନସ ରଂଜନ ଦାଶ ତହସିଲଦାର ଗୋପୀନାଥ କୁଆଁର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।