କ଼ୁମାରୀପାରିରେ ବନ ବିଭାଗର ଚଡାଉ. କାଠ ଜବତ ନେଇ ଉତ୍ତେଜନା, ୨ ପ୍ଲାଟୁନ ଫୋର୍ସ ମୁତୟନ ।

0
32

ବେଗୁନିଆପଡ଼ା (ଓବି ନ୍ୟୁଜ୍) ; ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରି ଗ୍ରାମରେ ଚୋରା କାଠ ଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଆଜି ଦିନ ଚଢାଉ କରିଥିଲେ । ଗ୍ରାମ ନିକଟରେ ଥିବା କିଛି କାଠକୁ ଜବତ କରିବା ପାଇଁ ଗଲାବେଳେ ଗ୍ରାମବାସୀ ମାନେ ଉପସ୍ଥିତ ହୋଇ ପ୍ରତିବାଦ କରିଥିଲେ । ଏହି କାଠ କେତେ ଜଣଙ୍କ ବ୍ୟକ୍ତିଗତ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ଚାଲିଥିଲା । ବନ କର୍ମଚାରୀ କହିଥିଲେ ଯେ ଉକ୍ତ କାଠ ଓ ଏହାର ମୂଳ ମାପ କରି ସମାନ ଥିଲେ ଜବତ କରିବୁନାହିଁ । ଗ୍ରାମବାସୀ ଗଛର ମୂଳ ଦେଖାଇ ଥିଲେ । ରିପୋର୍ଟ୍ ଲେଖା ହେବା ପର‌୍ୟ୍ୟନ୍ତ କୌଣସି ସମାଧାନ ହୋଇ ପାରି ନ ଥିଲା । ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ କଥା କଟାକଟି ହେବା ସହ ୨ ପ୍ଲାଟୁନ ମୁତୟନ ହୋଇଥିବା ବେଳେ ବେଗୁନିଆପଡ଼ା ଫାଣ୍ଡି ପୁଲିସ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିରେ ଖୋର୍ଦ୍ଧା, ଟାଙ୍ଗୀ ରେଞ୍ଜର ଅଜୟ କୁମାର ଜଗଦେବ୍, ଖଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥାଙ୍କ ସମେତ ଫୋର୍ସ ମୁତୟନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here