ଶୌଚାଳୟ ଖୋଲୁନଥିବାରୁ ଲୋକେ ହନ୍ତସନ୍ତ

0
164

ଜି.ଉଦୟଗିରି(ଓବି ନ୍ୟୁଜ): ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ବିଫଳ ହେବାର ପ୍ରମାଣ ଜି.ଉଦୟଗିରି ଏନଏସିରେ ଦେଖିବାକୁ ମିଳିଛି । ଜି.ଉଦୟଗିରି ଏନଏସି ହେବାର ପ୍ରାୟ ୨୫ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ପଂଚାୟତର ସୁବିଧା ନାହିଁ । ଏନଏସି ମୋଟ ୧୩ଟି ୱାର୍ଡ଼କୁ ନେଇ ଗଠିତ ହୋଇଥିଲେ ମଧ୍ୟ କେଉଁଠି ହେଲେ ପରିଶ୍ରାଗାର ନାହିଁ । ଏନଏସିରେ ଦୁଇଟି ଶୌଚାଳୟ ଥିଲେ ମଧ୍ୟ କାମରେ ନଲାଗି ତାଲା ପଡ଼ିରହିଛି । ବହୁ ଟଙ୍କା ବ୍ୟୟରେ ମେଡିକାଲ ପାଖରେ ଓ ସହର ମଧ୍ୟ ଭାଗରେ ଆଉ ଗୋଟିଏ ଶୌଚାଳୟ ଏନଏସି କରିଥିଲେ ମଧ୍ୟ କଣ ପାଇଁ ତାଲା ପଡ଼ିଛି ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ବସ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ଶୌଚାଳୟଗୁଡ଼ିକ ଖୋଲିବା ଅତି ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଲେଣି । ବର୍ତମାନ ଏନଏସି କର୍ତୃପକ୍ଷଙ୍କ ଶୁଭ ଦୃଷ୍ଟି କେବେ ପଡ଼ିବ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here