ଗଜପତି (ଓବି ନ୍ୟୁଜ) ; ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେୟିସିଣି ସମାଜର ସ୍ଭାଗ୍ରୁହ ଠାରେ ପାରଳାଖେମୁଣ୍ଡି ମାଟିର କାଳଜୟୀ ତଥା ରୀତି ଯୁଗର ଶ୍ରେଷ୍ଠ କବି , କଲହଂସ ବସନ୍ତ କୋକିଳ ଭକ୍ତକବି ଗୋପାଳ କୃଷ୍ଣଙ୍କ ୨୩୬ ତମ ଜୟନ୍ତୀ ଉତ୍ସଵ ଗୋପାଳ କୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ପରିଷଦର ସଭାପତି ହରି ମୋହନ ପଟନାୟକଙ୍କ ସଭାପତିତ୍ୱରେ ଉଦ୍ଘାଟକ ଗୌରଚଂଦ୍ର ପଣ୍ଡା , ମୁଖ୍ୟ ଅତିଥି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ,ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ଼ଃ କଲ୍ୟାନୀ ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ ବକ୍ତାମାନେ ମୁଖ୍ୟତଃ କବି ଗୋପାଳ କୃଷ୍ଣଙ୍କ ସାହିତ୍ୟିକ ମୂଲ୍ୟବୋଧ , ଜୀବନ-ଦର୍ଶନ , ଗୁରୁତ୍ଵାରୋପ୍ କରଯାଇଥିଲା । ଅନ୍ୟପକ୍ଷରେ , ରାଧାକୃଷ୍ଣଙ୍କ ଅପ୍ରାକୃତିକ ପ୍ରେମ ମୂର୍ତ୍ତି ଏବଂ ରାଧା ଜଣେ ଅଲୌକିକ ଦେବୀ ନୁହନ୍ତି, ସେ ସଧାରଣ ଗ୍ରାମୀଣ ଯୁବତୀ ଭାବେ ବର୍ଣନା କରିଥିଲେ । ତାଙ୍କର ସାମଗ୍ରିକ ସାହିତ୍ୟକ୍ରୁତି ସମ୍ପର୍କରେ ଆହୁରି ଆଲୋଚନା ଓ ଅନୁସନ୍ଧାନ ହେବା ଉପରେ ବିଶେଷ ମତପ୍ରକାଶ ପାଇଥିଲା ।