ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବ୍ଲକ୍ ସ୍ତରୀୟ ପଡୋଶୀ ଯୁବ ସଂସଦ ଓ ଯୋଗ କାର୍ଯ୍ୟକ୍ରମ

0
75

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନ ନେହୁର ଯୁବ ସଙ୍ଗଠନ ଆନୁକୁଲ୍ୟ ରେ ଏକଦିବସିୟ ବ୍ଲକ୍ ସ୍ତରୀୟ ପଡୋଶୀ ଯୁବ ସଂସଦ ଓ ଯୋଗ କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ସ୍ଥିତ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ପରିସର ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଶିକ୍ଷା ଅନୁଷ୍ଠାନ ର ସଂଯୋଜକ ରାମଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପ୍ରଥମେ ଯୁବ ଯୋଗ ପ୍ରଶିକ୍ଷକ ଗୋଲେଖ୍ ନାୟକ ଉପସ୍ଥିତ ଯୁବକ ଯୁବତୀ ଙ୍କୁ ଯୋଗ ଅଭ୍ୟାସ କରାଇଥିଲେ ପରେ ପରେ ନେହେରୁ ଯୁବ କେନ୍ଦ୍ର ପୂର୍ବତନ ଜାତୀୟ ସ୍ବେଛାସେବୀ ତଥା ଦିଗଦର୍ଶନ ୟୁଥ୍ କ୍ଲବ ସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ସଭାପତିତ୍ୟ ରେ ଆୟୋଜିତ ସଭା କାର୍ଯ୍ୟ ରେ ମୁଖ୍ୟ ଅତିଥି ସାମାଜିକ ଅନୁଷ୍ଠାନ ବିସ୍ମୟ ର ସଭାପତି ଶ୍ରୀ ବିମଳ ପଟନାୟକ କିପରି ଭାବେ ଯୁବ ସମାଜ ନିଜର ବକ୍ତିତ୍ୟ ବିକାଶ ସାଙ୍ଗ କୁ ସମାଜ ଗଠନ ରେ ସାମିଲ ହୋଇ ନେତୃତ୍ୱ ନେବେ ନିଜ ଉଦବୋଧନ ରେ ପ୍ରକାଶ କରିଥିଲେ।ଓଏସ୍ଏପି ଅଷ୍ଟମ ବାଟାଲିୟନ ର କର୍ମକର୍ତ୍ତା ସୁକାନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇ କିପରି ଭାବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ବଞ୍ଚାଇବା ପାଈଁ ବିଭିନ୍ନ କୌଶଳ ଶିଖାଇଥିଲେ। ଯୁବ ସଂଗଠକ ଡି ଦେବହରି ରେଡି ବିଭିନ୍ନ ଗୋଷ୍ଠି ଭିତ୍ତିକ କ୍ରୀଡ଼ା ଓ ଗପ ଦ୍ୱାରା ସମାଜ ଗଠନ ରେ ସକ୍ରିୟ ଅଂଶ ଗ୍ରହଣ ସହ ନେତୃତ୍ୱ ନେବେ ତାହା ପ୍ରକାଶ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସାମାଜିକ କର୍ମୀ ୱାଇ ମନୋଜ ରାଓ ନିଜର ସଫଳତା ର ଅନୁଭୁତି ପ୍ରକାଶ କରିଥିଲେ। ସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ନିଜ ବକ୍ତବ୍ୟ ରେ ନେହେରୁ ଯୁବ କେନ୍ଦ୍ର ର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ବିଷୟ ରେ ବର୍ଣନା ସାଙ୍ଗ କୁ ଅଧିକ ରୁ ଅଧିକ ସ୍ବେଛାକୃତ ଭାବେ ରକ୍ତଦାନ କରିବା ପାଈଁ ଉତ୍ସାହିତ କରିଥିଲେ। ଏଥିରେ ପଚାଶ ରୁ ଅଧିକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ସୁଶ୍ରୀ ପ୍ରଜ୍ଞା ଗୀତ ପରିବେଷଣ କରି କାର୍ଯ୍ୟକ୍ରମ କୁ ଶେଷ କରିଥିଲେ। ଏଥିରେ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଶ୍ରୀରାମ ଶିକ୍ଷାନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here