ଡେମନେଷ୍ଟ୍ରେଟର ଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ।

    0
    99

    ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ; ରମ୍ଭା ଶ୍ରୀଜଗନାଥ ମହାବିଦ୍ୟାଳୟ ଡେମନେଷ୍ଟ୍ରେଟର ଅଶ୍ମିନି କୁମାର ମିଶ୍ର(୫୭)ଙ୍କ ମୃତ ଦେହ ପୋଲିସ ରବିବାର ପୂର୍ବାହ୍ନ ରେ ଉଦ୍ଧାର କରିଥିବା ଜଣା ପଡ଼ିଛି । ରମ୍ଭା ସହର ଠାରୁ ବିରୁଳି ଗଡ଼ ମୁଖ୍ୟ ରାସ୍ତା ପଣସ ଢି଼ଅ ନିକଟରେ ତାଙ୍କ ମୃତଦେହ ପଡିଥିବା ଖବର ପାଇ ଏସ ଡ଼ି ପି ଓ ଉତ୍କଳ କେଶରୀ ଦାସ,ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲିଥିବା ବେଳେ ଶବ ଜବତ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି । ଏକେ ସାମଲ,ମୌସୁମୀ ଦଳାଇ, ଏବିକେ ରାଓ ପ୍ରମୁଖ ମୋବାଇଲ ଫରେନ ସିକ ଟିମ ସହ ଅନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳ ରେ ପହଞ୍ଚି ହତ୍ୟାର ପ୍ରକୃତ ତଥ୍ୟ ଖୋଜିବା ନିମନ୍ତେ ଛାନ ଭିନ କରିଥିବା ଜଣା ପଡ଼ିଛି । ସୂଚନା ଥାଉକି ସକାଳୁ ଉକ୍ତ ରାସ୍ତା ରେ କେହିଜଣେ ମରିପଡିଥିବା ବେଳେ ମୁହଁ ସମ୍ପୂର୍ଣ କ୍ଷତାକ୍ତ ହୋଇପଡ଼ିଥିବା ଓ ଓଡି୦୭ଏସ ୯୬୨୨ ନମ୍ବର ବିଶିଷ୍ଟ ବୁଲେଟ ମୃତକ ଙ୍କ ଗୋଡ଼ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ରମ୍ଭା ପୋଲିସ ଖବର ଘଟଣା ସ୍ଥଳରେ ପହଁଚିବା ପରେ ମୃତକ ଙ୍କ ପରିଚୟ ମିଳିଥିଲା । ଅନ୍ୟପଟେ ମୃତକ ଙ୍କ ଭାଇ ରେବନ କୁମାର ମିଶ୍ର ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ୨୭/୧୯ କେଶ ରୁଜୁ କରାଯାଇଥିବା ବେଳେ ଏହାକୁ ଦୁର୍ଘଟଣା ର ରୂପ ଦେବାକୁ ପ୍ରୟାସ କରାଯାଇ ସୁକଳ୍ପିତ ହତ୍ୟାକାଣ୍ଡ ଦୁବୃତ୍ତ ମାନେ ଭିଆଇ ଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳ ରୁ ବୁଲେଟ,ଘର ଚାବି,ପର୍ସ,ଦିଆସିଲି ଆଦି ପୋଲିସ ଜବତ କରିଛି । ମୃତକ ଙ୍କ ଘର ଖଳିକଟ ଥାନା କୁସିଢେପା ଗ୍ରାମ ହୋଇଥିବା ବେଳେ ସେ ରମ୍ଭା ସହର ପାନ୍ଥ ନିବାସ ନିକରେ ଘର ଭଡା କରି ରାହୁଥବା ଜଣା ପଡ଼ିଛି । ଘଟଣା ଟି ସ୍ଥାନୀୟ ଅଞ୍ଚଳର ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣା ପଡ଼ିଛି ।

    LEAVE A REPLY

    Please enter your comment!
    Please enter your name here