କଳାହାଣ୍ଡି (ଓବି ନ୍ୟୁଜ) କଳାହାଣ୍ଡି ଜିଲ୍ଲା,ଜୟପାଟଣା ବ୍ଲକ କୁରିଗୁମା ଠାରେ ଘଟିଛି ଏକ ଅଘଟଣ, ସ୍ବାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୂୁତ, ସୁଚନାଯୋଗ୍ୟଯେ ଧନଶୁଳୀ ଗ୍ରାମ ର ଖଗ ମାଝି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଛନ୍ତି, ସୁଚନା ମୁତାବକ ଖଗ ମାଝି ଓ ତାଙ୍କ ସ୍ତ୍ରୀ ମଧ୍ୟ ରେ କିଛିଦିନ ତଲେ ଝଗଡ଼ା ହେଇଥିଲା, ତା ପରଠାରୁ ଖଗ ଙ୍କ ସ୍ତ୍ରୀ ନିଜ ବାପା ଘର କୁରିଗୁମା ଠାରେ ରହିଆସୁଥିଲେ, ଆଜି ଖଗ କୁରିଗୁମା କୁ ଯାଇଥିଲେ ଏବଂ କୌଣସି କାରଣରୁ ଉତ୍ୟକ୍ତ ହୋଇ ସ୍ତ୍ରୀ କୁ ହାଣି ହତ୍ୟା କରିଥିବା ଜଣାପଡିଛି, ତାପରେ ଖଗ ମାଝି ଫେରାର୍ ହେବା ପାଇଁ ଚେ଼ଷ୍ଟା କରି ଏକ ଗଛ କୁ ଚଢି ଯାଇଥିଲେ, ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ,ଜୟପାଟଣା ପୋଲିସ ଆସି ଖଗ କୁ ଗିରଫ କରି, ଘଟଣା ର ତଦନ୍ତ କରୁଛି।।