ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ୩ ଘଂଟା ଧରି ରାସ୍ତା ଅବରୋଧ

    0
    36

    ଦିଗପହଣ୍ଡି(ଓବି ନ୍ୟୁଜ୍): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଛକ ନିକଟରେ ଏକ ଅଜଣା ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ରତ୍ନମଣିପୁର ସାହିର ଅରକ୍ଷିତ ସାହୁଙ୍କ ମା’ ରାଧା ସାହୁ(୭୦) । ଭୋର ସମୟରେ ବୃଦ୍ଧା ଜଣକ ଫୁଲ ତୋଳିବା ପାଇଁ ବାହାରକୁ ଯାଇଥିବାବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଭୋର ୪ ଟାରୁ ସକାଳ ୭ ଟା ଯାଏ ଅଂଚଳବାସୀ ଦିଗପହଣ୍ଡି-ରାୟଗଡ଼ା ରାସ୍ତା ବନ୍ଦ କରିବା ସହ ଉତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

    LEAVE A REPLY

    Please enter your comment!
    Please enter your name here