ରଥ ଯାତ୍ରା ପାଇଁ ପ୍ରସ୍ତୁତି

0
76

ସୋରଡ଼ା(ଓବି ନ୍ୟୁଜ୍): ସୋରଡା ରେ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଜୋର ଧରିଛି ଏବଂ ଏ ନେଇ ରଥ ଯାତ୍ରା ର ସମସ୍ତ କାର‌୍ୟ୍ୟ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ସୋରଡା ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ତହସିଲଦାର ଅମର କୁମାର ବସନ୍ତ ରାୟ ଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକ ରେ ସୋରଡା ଥାନା ଅଧିକାରୀ ପ୍ରଭାତ ସାହୁ, ରାଜସ୍ୱ ନିରିକ୍ଷକ ବାବୁଲା ଦଲାଇ,ବରିଷ୍ଠ ସଦସ୍ୟ ତଥା ସମାଜସେବୀ ରାଧାକୃଷ୍ଣ ପାଣିଗ୍ରାହୀ ,ସଦସ୍ୟ ଅଶୋକ କୁମାର ପାତ୍ର, ବାବୁଲା ଚୌଧୁରି, ରଜନୀକାନ୍ତ ମହାପାତ୍ର ,ସଂଜୀବ କୁମାର ପଟ୍ଟନାୟକ,ଶିଶିର କୁମାର ଦାଶ,ସମାଜସେବୀ ପ୍ରମୋଦ ସାମନ୍ତରାୟ,ସଞ୍ଜୟ କୁମାର ପଣ୍ଡା,ସୁଧାକର ବେହେରା ଙ୍କ ସମେତ ମହାରଣା ପରିବାର ର ପ୍ରଦୀପ ମହାରଣା, କନ୍ଧ ମହାରଣା, ଶିବ ମହାରଣା,ଭିକାରୀ ମହାରଣା ଙ୍କ ସମେତ ସମସ୍ତ ଦଇତାପତି ଏବଂ ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ବୈଠକ ରେ ପବିତ୍ର ଘୋସଯାତ୍ରା ର ସମସ୍ତ ରୀତି ନୀତି ଚୁଡାନ୍ତ ହେବା ସହ ଯଥା ସମୟରେ କାର‌୍ୟ୍ୟ ସମ୍ପାଦନ ପାଇଁ ନିସ୍ପତି ନିଆଯାଇଥିଲା। ଜୁଲାଇ ୨ ତାରିଖରେ ବଡଠାକୁରଙ୍କ ନବଯୌବନ ବେସ ଦର୍ଶନ ପୂର୍ବାହ୍ନ୧୧.୩୦ ସମୟରୁ ଆରମ୍ଭ ହେବାର ନିସ୍ପତି ନିଆଯାଇଥିଲା। ଜୁଲାଇ ୪ ତାରିଖରେ ୧୧.୩୦ ମି ସମୟରେ ରଥ ପ୍ରତିଷ୍ଠା କାର‌୍ୟ୍ୟ ଆରମ୍ଭ ହେବ ସହ ମଧ୍ୟାହ୍ନ ୧.୩୦ ମି ସମୟରେ ମହାପ୍ରଭୁ ଙ୍କ ପହଣ୍ଡି ନୀତି ଆରମ୍ଭ ହେବା ସହ ୨.୩୦ ମି ସୁଧା ରଥାରୂଢ ଏବଂ ଦକ୍ଷିଣ ମୋଡ ଆଳତି ହେବା ସହ ୩.୩୦ ମି ସୁଧା ରାଜଭୋଗ ଓ ଅନ୍ୟାନ ଭୋଗ ନୀତି ହେବ ଏବଂ ୪.୦୦ ସୁଧା ଛେରା ପହଁରା ନୀତି ସୋରଡା ରାଜବଂଶ ଦାୟାଦ ତଥା ରାଜସାହେବ ଡ॰ ଦେବଦତ ସିଂହଦେଓ ଙ୍କ ଦ୍ଵାରା ସମ୍ପାଦିତ ହେବ। ପବିତ୍ର ଘୋସ ଯାତ୍ରା ରେ ସୋରଡା ନିଖିଳ ନାମ ଶଙ୍କିର୍ତନ ମଣ୍ଡଳୀ ତରଫରୁ ସଭାପତି ମାଗି ବେହେରା ଙ୍କ ନେତୃତ୍ବରେ ଆକର୍ଷଣୀୟ କୀର୍ତନ ଓ ଘଣ୍ଟ ବାଦ୍ୟ ପରିବେଷଣ କରାଯିବ ଯେଉଁଥିରେ ୨୫୦ ଜଣ ରୁ ଉର୍ଦ୍ଧ ବାଦ୍ୟ କାର ଗାୟକ,ବାୟକ ଅଂଶଗ୍ରହଣ କରିବେ। ପରେ ରଥଟଣା କାର‌୍ୟ୍ୟ ଆରମ୍ଭ ହେବ। ଅନ୍ୟପଟେ ବିଷୁ ମହାରଣା ପରିବାର ର ମହାରଣା ପ୍ରଦୀପ ମହାରଣା ଙ୍କ ନେତୃତ୍ବରେ କନ୍ଧ ମହାରଣା, ଶିବ ମହାରଣା,ଭିକାରି ମହାରଣା ପ୍ରମୁଖ ରଥ ପ୍ରସ୍ତୁତି କରୁଥିବା ବେଳେ ଅଶୋକ ପାତ୍ର ଓ ବରିଷ୍ଠ ସଦସ୍ୟ ରାଧାକୃଷ୍ଣ ପାଣିଗ୍ରାହୀ ସମସ୍ତ କାର‌୍ୟ୍ୟ ତଦାରଖ କରୁଛନ୍ତି। ପବିତ୍ର ଘୋସ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପାଦନ ପାଇଁ ସହର ଓ ଅଞ୍ଚଳ ବାସୀଙ୍କ ସହୋଯୋଗ କାମନା କରିଥିଲେ ମନ୍ଦିର ପରିଚାଳନା କମିଟି।

LEAVE A REPLY

Please enter your comment!
Please enter your name here