ପ୍ରଧାନମନ୍ତ୍ରୀ ସଡ଼କଯୋଜନା କାର୍ଯ୍ୟ ନିମ୍ନମାନର ଅଭିଯୋଗ

0
67

ବେଲଗୁଣ୍ଠା(ଓବି ନ୍ୟୁଜ୍): ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଉଚ୍ଚମାନର କଂକ୍ରିଟ ଓ ପିଚୁ ରାସ୍ତା ଯୋଗାଇ ଦେବା ପାଇଁ ଭାରତ ନିର୍ମାଣ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଇଥାନ୍ତି । ଫଳରେ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଯାତାୟତ ସୁଗମ ହୋଇପାରିବ । କିନ୍ତୁ ସଂପୃକ୍ତ ଠିକା ସଂସ୍ଥା ଏହି କାର୍ଯ୍ୟକୁ ଅତି ନିମ୍ନମାନର କରି ଟଙ୍କା ହଡ଼ପ କରିବା ନେଇ ଦୁଇ ଗ୍ରାମବାସୀ ଏହାର ବିରୋଧ କରିବା ସହ ରାସ୍ତା କଡ଼ରେ ସିମେଂଟ୍ କଂକ୍ରିଟ ୱାଲ କରିବା ପାଇଁ ଦାବି କରିବା ସହ ନିର୍ମାଣଧୀନ ରୋଡ଼କୁ ବନ୍ଦ କରିଛନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଲକର ପୂର୍ତବିଭାଗ ଠାରୁ ମାଧବ ବରିଡ଼ା ପଧାନମନ୍ତ୍ରୀ ସଡ଼କ ଯୋଜନା । ଗୋବରା ଷଢଙ୍ଗିପଲ୍ଲୀ ମଧ୍ୟ ଦେି ପୂର୍ତବିଭାଗ ରାସ୍ତା ଠାରୁ ଆରମ୍ଭ ହୋଇଥିବା ୫କିମି ରାସ୍ତା ଭୟା ଜୟନ୍ତୀଗଡ଼ ଓ ବେଣାପଲ୍ଲୀ ଦେଇ ମାଧବରିଡ଼ା ଠାରେ ପହଂଚିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ପ୍ରକାରେ ଏହି କାମକୁ ଠିକାଦାର ଲକ୍ଷ୍ମୀ ନାୟକ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ । କାର୍ଯ୍ୟ ଗତ ମାର୍ଚ୍ଚ ୧୩ ତାରିଖ ୨୦୧୮ ମସିହା ଠାରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚ ୨୦୧୯ରେ କାର୍ଯ୍ୟା ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲା । କାର୍ଯ୍ୟ ବିଳମ୍ବ ଓ ନିମ୍ନମାନର ହୋଇଥିବା ନେଇ ବରପଲ୍ଲୀ, ଜୟନ୍ତୀଗଡ଼ ଓ ବେଣାଲ୍ଲୀ ଗ୍ରାମବାସୀ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଜୟନ୍ତୀଗଡ଼ ଓ ବେଣାପଲ୍ଲୀ ଠାରେ ବଡ଼ନଦୀର ପାଣି ମାଡ଼ ହେଉଥିବାରୁ ସେ ରାସ୍ତା ଉଭୟ ପାଶ୍ୱର୍ରେ କଂକ୍ରିଟ ୱାଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଥିଲେ । ୱାଲ ନିର୍ମାଣ ହେବାରେ ବିଳମ୍ବ ଘଟିବାରୁ ଗ୍ରାମବାସୀ ଏହି କାମକୁ ବନ୍ଦ କରିଥିବା ଖବର ମିଳିଛି । ୨ କୋଟି ୪୧ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ୯ଶହ ମିଟର ସିମେଂଟ୍ କଂକ୍ରିଟ ରୋଡ଼ ହେବା ସହ ବାକି ୪ କିମି ୧୦୦ ମିଟର ପିଚୁ ରାସ୍ତା ହେବା ନିମନ୍ତେ ଫଳକରେ ଦର୍ଶାଯାଇଛି । ପିଚୁ ଫେବରରେ ପକାଯାଇଛି ଯାହାକି ଆଇନ ସଙ୍ଗତ ନୁହଁ । ୧୮ ଏମ୍.ଏମ୍ . ବି. ଏମ୍. ପିଚୁ ଓ ୮ ଏମ୍.ଏମ୍. ବଜିର ପିଚୁ ଏହିପରି ୨୬ ଏମ୍. ଏମ୍. ପିଚୁ ରୋଡ଼ ହେବା ବେଳେ କେଉଁଠି ୨୦ ଏମ୍. ଏମ୍ ତ କେଉଁଠି ୨୨ ଏମ୍.ଏମ୍ ପକାଯାଇଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ସ୍ଥାୟିତ୍ୱ ୫ ବର୍ଷ ଥିବା ବେଳେ କାମ ଅତି ନିମ୍ନମାନର ହୋଇଥିବାରୁ ୨ବର୍ଷ ବି ଯିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ଏହାର ତଦନ୍ତ କରାନଯାଏ ତେବେ ଗ୍ରାମବାସୀ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଧାରଣା ଦେବା ସହ ଭିିଜିଲାନ୍ସର ଦ୍ୱାରସ୍ତ ହେବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here