ଗଜପତି:-ଉତ୍କଳ ସମ୍ମିଳନୀର ୬ ତମର ରାଜ୍ୟ କାର‌୍ୟ୍ୟକାରିଣୀ ବୈଠକ

0
22

ପାରଳାଖେମୁଣ୍ଡି(ଓବି ନ୍ୟୁଜ୍) କୃଷ୍ଣ ବେହେରା): ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣି ସମାଜ ସଭାଗୃହ ଠାରେ , ଉତ୍କଳ ସମ୍ମିଳନୀର ୬ତମ ରାଜ୍ୟ କାର‌୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି। ଗୌର ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏହି କାର‌୍ୟ୍ୟକ୍ରମରେ ସମ୍ମିଳନୀର ରାଜ୍ୟ ସଭାପତି ଅଦେୟିତ୍ କୁମାର ପାତ୍ର , ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ମହାନ୍ତି , ଉଷାରାଣୀ ମହାନ୍ତି ଏବଂ ସଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା ପ୍ରମୁଖ ମଞ୍ଚରେ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡ଼ିଶାରେ ଓଡ଼ିଆ ଭାସା , ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର , ପ୍ରସାର ଓ ସଂରକ୍ଷଣ ସହ ଶାସ୍ତ୍ରୀୟ ମାନ୍ୟାତା ର ବିକାଶ କିଭଳି ହୋଇପାରିବ , ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ, ଓଡ଼ିଆ ରେ ନାମଫଳକ ଓ ବ୍ୟବହାର , ସମସ୍ତ ସ୍କୁଲ-କଲେଜ ସମେତ ଇଂରାଜୀ ମାଧ୍ୟମ ସ୍କୁଲ-କଲେଜ ଗୁଡ଼ିକରେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ଉପରେ ଦୃଢ କାର‌୍ୟ୍ୟକାରୀ କରାଯିବାକୁ ଦାବି କରି ରାଜ୍ୟ ସରକାରଙ୍କୁ ଏ ଉପରେ ଦାବିପତ୍ର ଦିଆଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାବ୍ୟତୀତ , ବିଛିନ୍ନାଂଚଲ୍ରେ ଶିକ୍ଷା ବ୍ୟବସ୍ଥା ସମସ୍ୟା , ଓଡିଆଙ୍କ ପ୍ରତି ଅବହେଳା , ସୀମା ସୁରକ୍ଷା , ଏବଂ ନିର୍ମାଣ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର‌୍ୟ୍ୟକ୍ଷମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି କାର‌୍ୟ୍ୟକ୍ରମରେ କବି ବିଚିତ୍ରା ନନ୍ଦ ବେବର୍ଟା ଙ୍କ ବିନ୍ଦୁ ଓ ବଳୟ କବିତା ସଂକଳନ ର ଲୋକାର୍ପଣ ହେବା ସହ ରାଜ୍ୟର ବିଭିନ୍ନ ଜିଲା ଅଞ୍ଚଳରୁ ଆସିଥିବା ପ୍ରତିନିଧି ମାନଙ୍କୁ ସମ୍ମାନିତ କରଯାଇଥିଲା

LEAVE A REPLY

Please enter your comment!
Please enter your name here