ଗଞ୍ଜାମ(ଓବି ନ୍ୟୁଜ୍):ପରିବେଶ ସୁରକ୍ଷା ନିମନ୍ତେ ଓ ସମାଜକୁ ସଚେତନତା ଵାର୍ତ୍ତା ପହଞ୍ଚାଇବା ପାଇଁ ସାମାଜିକ କର୍ମୀ ଉମାକାନ୍ତ ବେହେରା ତାଙ୍କ 52ତମ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ପରିସର ରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଅଞ୍ଚଳରେ ନିରାର୍ସୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ନୂତନ ଚାଦର ବଣ୍ଟନ କରିଥିଲେ।
ଜନ୍ମ ଦିବସ ଏପରି ମହତ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସମାଜ ସେବୀ ତ୍ରିନାଥ ପାଣିଗ୍ରାହୀ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଯୁବ ସମାଜ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ କୁ ସବୁଜ ସୁନ୍ଦର କରି ଗଢିତୋଳିବାକୁ ଆହ୍ବାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ,ସହ ସମ୍ପାଦକ ନିରଞ୍ଜନ ପରିଡା ବଟକୃଷ୍ଣ ରାଉଳ,ମନ୍ଦିର ପୂଜକ କନ୍ଧ ଶତପଥି,ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଛା ସେବୀ ମୋହିନୀ ପ୍ରଧାନ, ଯୁବ ସଙ୍ଗଠକ ତଥା ୟୁଥ ଫର ଭିଲେଜ ପ୍ରତିଷ୍ଠାତା ଡ଼ି.ଦେବହରି ରେଡି,ଦିଗ ଦର୍ଶନ ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼,ସ୍ୱୟଂସିଦ୍ଧା ସଦସ୍ୱା ନର୍ମଦା ମହାପାତ୍ର,ନାରାୟଣ ପାଢ଼ୀ ,ଯୁବସ୍ବେଛାସେବୀ ସୁମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।