ଡିଆରଡିଏ ପିଡିଙ୍କୁ କାର୍ଯ୍ୟାଳୟର କର୍ମଚାରୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

0
96

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଡିଆରଡିଏ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଡିଆରଡିଏ କାର୍ଯ୍ୟାଳୟର କର୍ମଚାରୀମାନେ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ସ୍ୱାଇଁ ନିଜର ବିବାହ କାର୍ଯ୍ୟ ପାଇଁ ଛୁଟିରେ ଯାଇଥିଲେ । ସୋମବାର କାର୍ଯ୍ୟରେ ଯୋଗ ଦେଇଥିବାରୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହିତ ସୁଖମୟ ଦାମ୍ପତ୍ୟ ଜୀବନ କାମାନା କରିଥିଲେ । ଏହି ସମ୍ବର୍ଦ୍ଧନା ଅବସରରେ ଏପିଡି (ପ୍ରଶାସକ)ଦେବବ୍ରତ ସାହୁ, ଏପିଡି(ଅର୍ଥ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ,ଷ୍ଟୋନୋ ପ୍ରଫୁଲ କୁମାର ଗୌଡ, ମୁଖ୍ୟ କିରାଣୀ ରଘୁନାଥ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here