ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

0
34

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଗଂଜାମ ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ୭ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରଯାଇଛି । ତିତଲୀ କ୍ଷତିଗ୍ରସ୍ତ ଚାଷୀ ଫସଲ ବୀମା ଟଙ୍କା ଜମା ଦେଇ ସୁଦ୍ଧା ଅଧିକାଂଶ ଚାଷୀ ଫସଲ ବୀମା ସାହାର୍ଯ୍ୟ ପାଇନାହାଁନ୍ତି । ଫନି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ଚାଷୀଙ୍କ ଚାହିଦା ମୁତାବକ ଧାନ ବୀହନ ତୁରନ୍ତ ଯୋଗାଇଦିଆଯାଉ । ଖରିଫ ଫସଲ ପାଇଁ ସମସ୍ତ ଉଠାଜଳସେଚନ ପଏଣ୍ଟ କୁ କାର୍ଯ୍ୟକ୍ଷମ କରିବା, ଅଧିକାଂଶ କେନାଲର ଟେଲ ଏରିଆ, ତଳିଆ ଅଂଚଳକୁ କେନାଲ ପାଣି ଆସୁନାହିଁ । ଏଣୁ ସମସ୍ତ କେନାଲର ମରାମତି କରି ସମସ୍ତ ଚାଷୀଙ୍କୁ ପାଣି ଯୋଗାଇ ଦିଆଯାଉ । କୃଷି କର୍ମଚାରୀ, ଜଳସେଚନ ବିଭାଗ କର୍ମଚାରୀ ଓ ଉଠାଜଳସେଚନର କନିଷ୍ଠ ଯନ୍ତ୍ରୀ ଅଫିସକୁ ଅଧିକାଂଶ ସମୟରେ ପହଞ୍ଚୁ ନାହାଁନ୍ତି ।ଏଣୁ କର୍ମାଚରୀ ମାନଙ୍କୁ ନିଜ କର୍ମକ୍ଷେତ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ପ୍ରତି ପଞ୍ଚାୟତରେ ବିହନ ,ଜୈବିକ ସାର , କୃଷି ଯନ୍ତ୍ରପାତି, ପାଣିପମ୍ପ, ପାୱାର ଟ୍ରିଲର ରଖି ରିହାତି ରେ ଚାଷୀଙ୍କୁ ଯୋଗାଇ ଦିଆଯାଉ । କୃଷି ବିଭାଗ ଏବଂ ଲାଇନ ଡିପାଟମେଂଟର ଅଧିକାରୀ ମାନଙ୍କୁ ଡାକି ପ୍ରତି ମାସରେ କୃଷି କାର୍ଯ୍ୟକ୍ରମର ସମୀକ୍ଷା କରାଯାଉ ବୋଲି ଦାବୀ ପତ୍ର ଦର୍ଶାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here