ଯଶୋଦା ଫାଉଣ୍ଡେସନ ପକ୍ଷରୁ ପରିବା ଓ ଶାଗ ବିହନ ବଣ୍ଟନ

0
35

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) ବିପୁଳିଙ୍ଗୀ ବୀରସିଙ୍ଗୀ ପୀଠସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଟ୍ରଷ୍ଟି ସାଗରୀକା ପଣ୍ଡା ଅଧ୍ୟକ୍ଷତାରେ ଏକ ବିହନ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା ଯୋଗ ଦେଇ ବିପୁଳିଙ୍ଗୀ ଗ୍ରାମର ୪୦ରୁ ଅଧିକ ପରିବାରର ମହିଳାଙ୍କୁ ବିହନ ପରିବା ଓ ଶାଗ ବଣ୍ଟନ କରିଥିଲେ । ଟ୍ରଷ୍ଟି ସାଗରୀକା ପଣ୍ଡା ପ୍ରତି ବର୍ଷ ଏଭଳି ବିହନ ବଣ୍ଟନ କରାଯାଉଥିବା କହିଥିଲେ । ଆଜି ଦିଆଯାଇଥିବା ବିହନ ମଧ୍ୟରେ ରହିଛି ଭେଣ୍ଡି,ଜହ୍ନି,କାକୁଡି,କଲରା,ବୋଇତାଳୁ,ଝୁଡୁଙ୍ଗ,ଖୋସଡା ଶାଗ,ପାଳଙ୍ଗ ଶାଗ ବିହନ । ଏହି ବିହନକୁ ନେଇ ନିଜ ନିଜ ବାଡିରେ ଲଗାଇବା ପାଇଁ ଅତିଥି ମାନେ କହିଥିଲେ । ଏହିପରି ବିପୁଳିଙ୍ଗୀକୁ ମିଶାଇ ଆହୁରି ୭ଟି ଗ୍ରାମର୨୫୦ ପରିବାରକୁ ବିହନ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସୁଦେଷ୍ଣା ଓ ପୁଷ୍ପାଞ୍ଜଳୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here