ଶୌଚାଳୟ ଖୋଲୁନଥିବାରୁ ଲୋକେ ହନ୍ତସନ୍ତ

0
73

ଜି.ଉଦୟଗିରି (ଓବି ନ୍ୟୁଜ୍) ପ୍ରତାପ କୁମାର ପାଢୀ) ; ସରକାରଙ୍କ ସ୍ୱଚ୍ଛ ଭାରତ ଅଭଯାନ ଯୋଜନା ବିଫଳ ହେବାର ପ୍ରମାଣ ଜି.ଉଦୟଗିରି ଏନଏସି ରେ ଦେଖିବାକୁ ମିଳୁଛି । ଜି.ଉଦୟଗିରି ଏନଏସି ହେବାର ପ୍ରାୟ ୨୫ ବର୍ଷ ରୁ ଅଧିକ ହୋଇଥିଲେ ମଧ୍ୟ ପଞ୍ଚାୟତ ର ସୁବିଧା ନାହିଁ । ଏନଏସି ମୋଟ ୧୩ ଟି ୱାର୍ଡ କୁ ନେଇ ଗଠିତ ହୋଇଥିଲେ ମଧ୍ୟ କୋଇଠି ହେଲେ ପରିସ୍ରା ଗାର ନାହିଁ । ଏନଏସି ରେ ୨. ଟି ଶୌଚାଳୟ ଥିଲେ ମଧ୍ୟ କାମରେ ନ ଲାଗି ତାଲା ପଡି ରହିଛି । ବହୁ ଟଙ୍କା ବ୍ୟୟରେ ମେଡିକାଲ୍ ପାଖରେ ଓ ସହର ର ମଧ୍ୟ ଭାଗରେ ଆଉ ଗୋଟିଏ ଶୌଚାଳୟ ଏନଏସି କରିଥିଲେ ମଧ୍ୟ କଣ ପାଇଁ ତାଲା ପଡିଛି ସମସ୍ତଙ୍କୁ ଚକିତ କରୁଛି । ବିଶେଷକରି ବସ୍ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ସୁବିଧା ପାଇଁ ଶୌଚାଳୟ ଗୁଡ଼ିକ ଖୋଲିବା ଅତି ଜରୁରୀ ବୋଲି ବୁଦ୍ଧଜୀବୀମାନେ ମତ୍ ଦେଲେଣି । ଏବେ ଦେଖିବାକୁ ବାକି ରହିଲା ସରକାର ଓ ଏନଏସି କର୍ତ୍ତୃପକ୍ଷ ଙ୍କ ଶୁଭ ଦୃଷ୍ଟୀ କେବେ ପଡ଼ିବ ଏବଂ କେବେ ଶୌଚାଳୟ ଖୋଲିବ ।

LEAVE A REPLY

Please enter your comment!
Please enter your name here