ଜି. ଉଦୟଗିରି ବ୍ରାହ୍ମଣ ସମାଜର ତ୍ରୟମଶିକ ବୈଠକ

0
72

ଜି.ଉଦୟଗିରି (ଓବି ନ୍ୟୁଜ୍) (ପ୍ରତାପ କୁମାର ପାଢୀ) ; ବ୍ରାହ୍ମଣ ସମିତି ର ତ୍ରୟ ମାସିକ ବୈଠକ ସଭାପତି ବିନୋଦ ବିହାରୀ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଯୁବପିଢି ମାନେ କିପରି ସୂପଥ ରେ ଯାଇ ଉଜ୍ଜ୍ୱଳ ଭ ବିଶ୍ୱତ ଗଠନ କରିପାରିବେ ଓ ବ୍ରାହ୍ମଣ ସମାଜର ପ୍ରତ୍ୟେକ କ୍ଷେତ୍ରରେ କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ବିଷୟରେ ଉମାଶଙ୍କର ସାମନ୍ତରାୟ,ରବୀନ୍ଦ୍ର ପଣ୍ଡା , ରାଜେନ୍ଦ୍ର ମହାପାତ୍ର , ଡା.ପ୍ରସନ୍ନ କୁ. ତ୍ରିପାଠୀ ,ପତି ସାର୍ ସମେତ ବହୁ ମାନ୍ୟଗଣ୍ୟ ସଭ୍ୟ ଆଲୋକପାତ କରିଥିଲେ । ତାପରେ ବ୍ରାହ୍ମଣ ସମିତି ର ଯୁବ ପିଢ଼ି ଙ୍କୁ ନେ ଗଠିତ ପର୍ଶୁରାମ ବାହିନୀ ର ଯେଉଁ କର୍ମକର୍ତ୍ତା ମାନେ ନିଷ୍ଠାପର ଭାବେ କାମ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ଓଁ କାର ସହ ଶାନ୍ତି ପାଠ କରି ସଭା ସାଙ୍ଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here