ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

0
114

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)( ପବିତ୍ର କୁମାର ପାତ୍ର) ; ପ୍ରତ୍ୟେକ ବର୍ଷ ଜୁଲାଇ ୧ରୁ ୭ ତାରିଖ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଏ । ଏହି ଅବସର ରେ ମଙ୍ଗଳ ବାର ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହିଞ୍ଜିଳିକାଟୁ ବନ ବିଭାଗ ସଂଯୋଜନ ରେ ବିଦ୍ୟାଳୟ ପରିସର ରେ ମୋ ସ୍କୁଲ୍ ଅଭିଯାନ ପିଲାଟି ଗଛଟି ରେ ବିଦ୍ୟାଳୟ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରତିକାର ପାଇଁ କେବଳ ବୃକ୍ଷରୋପଣ ସହ ଉତ୍ତମ ପରିବେଶ ସୃଷ୍ଟି କରିବା ବର୍ତ୍ତମାନ ସମାଜ ଓ ବିଶ୍ୱ ପାଇଁ ନିତାନ୍ତ ଜରୁରୀ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ମତପ୍ରକାଶ କରିବା ସହ ଅଧ୍ୟକ୍ଷତା କରୁଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଫରେଷ୍ଟ ରେଞ୍ଜର ରାଜାରାଓ ସୁବୁଦ୍ଧି ଯୋଗ ଦେଇ ଗଛର କିପରି ଯତ୍ନ ନେବା ଉପସ୍ଥିତି ଛାତ୍ର ,ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ସମ୍ମାନିତ ଅତିଥି ଭାବେ ଇକୋ କ୍ଲବ୍ ସଂଯୋଜକ ଶଙ୍କର ନାରାୟଣ ବେଚ୍ ,ବନୀଜୀବନ ଗବେଷକ ଚନ୍ଦନ ଜାନି ଓ ହିଞ୍ଜିଳିକାଟୁ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here