ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୧ ତମ ଶ୍ରାଦ୍ଧ ଦିବସ ।

0
159

ଗଞ୍ଜାମ (ଓବି ନ୍ୟୁଜ୍)(ଉମାକାନ୍ତ ବେହେରା) ; ଗଞ୍ଜାମ ସହରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୧ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହର ସ୍ଥିତ ଏସ.ଏମ ଟିୟୁଟାରୀୟଲ ଠାରେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ଙ୍କ ସଭାପତିତ୍ୱରେ ଏକ ସୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ଗୋପବନ୍ଧୁ ବହୁମୁଖୀ ପ୍ରତିଭା ରାଧିକାରୀ ଓ ଶିକ୍ଷା ବିକାଶ ର ଅଧିକାରୀ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଗଂଜାମ ମହାବିଦ୍ୟାଳୟ ର ରାଜନୀତି ବିଂଜ୍ଞାନ ବିଭାଗୀୟ ଅଧ୍ୟାପକ ଅମର ପ୍ରସାଦ ବିଶୋଇ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ବ୍ୟକ୍ତିତ୍ୟର ମହାସାଗର ,ସେ ଜଣେ ଅନୁଷ୍ଠାନ,ଜାତୀୟବାଦୀ ନେତା,ସମାଜ ସଂସ୍କାରକ,କୋଟି ନୟନର ମଣି ଥିଲେ ବୋଲି କହିବା ସହ ମାନବ ସେବା ହିଁ ମାଧବ ସେବା ଭାବି ତାଙ୍କ ଜୀବନ କୁ ସମାଜ ସ୍ଵ ପାଇଁ ନିଜ ଜିବନ କୁ ଉତ୍ସର୍ଗ କରିଥିବା ମତବ୍ୟକ୍ତ କରିଥିଲେ । ଅନ୍ୟତମ ସଂମାନିତ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜ ସେବୀ ତ୍ରିନାଥ ପାଣିଗ୍ରାହୀ, ଅଧ୍ୟାପକ ଗଜେନ୍ଦ୍ର ତରାଇ,ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ର ସଭାପତି ଲିଙ୍ଗରାଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ଦୁର୍ଗାଦେବୀ ଶିଳ୍ପ ତାଲିମକେନ୍ଦ୍ର କର୍ତ୍ତୁପକ୍ଷ ପ୍ରମୋଦ କୁମାର ପଣ୍ଡା,ଶିକ୍ଷାବିତ ରମେଶ ଚନ୍ଦ୍ର ପଟ୍ଟନାୟକ, ଗଂଜାମପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା,ସମ୍ପାଦକ ବିଦ୍ୟାଧର ସାହୁ,ଯୁବନେତା ସୁଧୀର କୁମାର ପାଢୀ ପ୍ରମୁଖ ଗୋପବନ୍ଧୁ ଙ୍କ ସୃତି ଚାରଣ କରିଥିଲେ । ଦିଗଦର୍ଶନ ୟୁଥ କ୍ଳବ ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ୩ ନମ୍ବର ୱାର୍ଡ ମଧ୍ୟଖଣ୍ଡ ସହି ରେ ରହିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୃତି ରେ ଗଞ୍ଜାମ ପ୍ରେସ କ୍ଳବ କର୍ମକର୍ତା,ବରିଷ୍ଟ ନାଗରିକ ପରିଷଦ ର କର୍ମକର୍ତା ଓ ସଦସ୍ୟ,ଅବସରପ୍ରାପ୍ତ କର୍ମଚାରୀ ସଂଘ କର୍ମକର୍ତା ଓ ସଦସ୍ବ, ଶିକ୍ଷକ ,ଛାତ୍ର ଛାତ୍ରୀ,ଓ ସ୍ଥାନୀୟ ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here