ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)( ପବିତ୍ର କୁମାର ପାତ୍ର) ; ସ୍ଥାନୀୟ ସହର ଉପକଣ୍ଠସ୍ଥ ଜଗନ୍ନାଥ ମନ୍ଦିର ନିକଟରେ ଅଞ୍ଚଳର ଅଗ୍ରଣୀ ଯୁବ ସଂଗଠନ ତ୍ରିରଙ୍ଗା ଯୁବକ ସଂଘ ତରଫରୁ ସୋମବାର ଅପରାହ୍ନରେ ବୃକ୍ଷରୋପଣ କରାଯାଇଥିଲା । ତ୍ରିରଙ୍ଗା ଯୁବକ ସଂଘର ସଭାପତି ରଞ୍ଜନ କୁମାର ସାହୁଙ୍କ ନେତୃତ୍ୱରେ ବହୁ ଯୁବକ ଏବଂ ସହରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ଯୁବକ ମାନଙ୍କୁ ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଥାନାଅଧିକାରୀ ଅଭିମନ୍ୟୁ ଦାସ, ସ୍ଥାନୀୟ ଏସ.ବି.ଆଇ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ , ଯୁବ ବିଜେଡି ନେତା ନୀଳମଣି ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିବା ବେଳେ ତ୍ରିରଙ୍ଗା ଯୁବକ ସଂଘର ଉପସଭାପତି ପ୍ରଭାତ କୁମାର ମହରାଣା, କୋଷାଧ୍ୟକ୍ଷ ସିପୁନ ପାଠୀ, କିରଣ କୁମାର ପୃଷ୍ଟି, ସରୋଜ ପାତ୍ର, ବିଶ୍ଵନାଥ ପୃଷ୍ଟି, ଅନାଦି ପାଣିଗ୍ରାହୀ, ଆକାଶ ବାଡତ୍ୟା ପ୍ରମୂଖ ଉପସ୍ଥିତ ଥିଲେ ।