ବେଲଗୁଣ୍ଠା (ଓବି ନ୍ୟୁଜ୍)(ପ୍ରଭାତ ସାହୁ) ; ବେଲଗୁଣ୍ଠା ସହର ରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଗତ କିଛି ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବାରୁ ବେଲଗୁଣ୍ଠା ରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଜ୍ୟସ୍ତ ହୋଇପଡିଛି । ସହରର ହାଟପଦା ମୁଖ୍ୟାରସ୍ତା ,ବାଙ୍କବଜାର ଛକ,ଗୋପୀନାଥ ସାହି ଛକ,ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟ,ପଣ୍ଡା ସାହି,ବାଲିଡି ସାହି,ବଡଦାଣ୍ଡ,ଲକ୍ଷ୍ମୀ ନୃସିଂହ ମନ୍ଦିର ନିକଟ ,କଂସାରି ସାହି,କୋଳି ସାହି,ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟ ପ୍ରାୟ ସବୁ ସାହି ରେ କୂଢ କୂଢ ଅଳିଆ ଆବର୍ଜନା ପଡିରହିଛି । ବୁଲା ଗାଈଗୋରୁ,କୁକୁର ସେଗୁଡିକୁ ରାସ୍ତା ଉପରକୁ ଟାଣି ଆଣୁଥିବାରୁ ଯାତାୟାତ କରୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି । ବହୁ ଦିନ ଧରି ସହରର ଡ୍ରେନ ସଫା ହୋଇନଥିବାରୁ ଟିକେ ଟିକେ ବର୍ଷା ରେ ଡ୍ରେନ ପାଣି ରାସ୍ତା ଉପରକୁ ଆସି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଆଗକୁ ବେଲଗୁଣ୍ଠା ସହର ର ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସହରବାସୀ ଦାବି କରିଛନ୍ତି । ଏ ନେଇ ନିର୍ବାହୀ ଅଧିକାରୀ ସଫେଇ କର୍ମଚାରୀ ଙ୍କ ସହ ଆଲୋଚନା କରି ସେମାନଙ୍କର କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।