ବିଶାକ୍ତ ଛତୁ ଖାଇ ୪ ଅସୁସ୍ଥ

0
56

ଭଞ୍ଜନଗର (ଓବି ନ୍ୟୁଜ୍) (ଅତ୍ରି ପଟ୍ଟନାୟକ) ; ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କାଦମୁଣ୍ଡି ଗ୍ରାମରେ ବିଶାକ୍ତ ଛତୁ ଖାଇ ୪ ଅସୁସ୍ଥ ହୋଇଥିବା ଜଣାପଡିଛି । ଦୁଇଟି ପରିବାରର ଚାରି ଜଣ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଓ ଜଣେ ନାବାଳିକା ରହିଥିୁବା ଜଣାପଡିଛି । ଅସୁସ୍ଥ ମାନେ ହେଲେ କାଦମୁଣ୍ଡି ଗ୍ରାମର କାଳୁ ନାୟକ(୬୫),ଝରଣା ନାୟକ(୨୨),ରିତୁ ନାୟକ(୩୦),ପୂଜା ନାୟକ(୧୧) । ପାଳ ଛତୁ ଖାଇ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here