ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ହେଲେ ସୋନମ ପଲେଇ

0
607

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଥିଲ।। କିଛିଦିନ ହେଲା ଜିଲ୍ଲାରେ ଚର୍ଚ୍ଚା ଚାଲିଥିଲା ଯେ କାହା ମୁଣ୍ଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁନାକଳସୀ ଢାଳିବେ । ଶେଷରେ ବିଜେଡି ର ସୋନମ୍ ପଲେଇ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଲଫାପା ଭିତରେ ନାମ ଥିବା ଏକ କାଗଜ ବିଜେଡିର ଗଂଜାମ ଜିଲ୍ଲାସଭାପତି ତଥା ଗୋପାଳପୁର ବିଧାୟକ ଡଃ.ପ୍ରଦୀପ କୁମାର ପାଣିଗ୍ରାହୀ ଭୂବନେଶ୍ୱର ଠାରୁ ଧରି ଛତ୍ରପୁର ସାର୍କିଟ ହାଉସ ଆସିଥିଲେ । ସେଠାରେ ଗଂଜାମ ଜିଲ୍ଲାର ସମସ୍ତ ବିଜେଡି ଦଳର ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ । ସେଠାରେ ଗୋପାଳପୁର ବିଧାୟକ ଡଃ. ପାଣିଗ୍ରାହୀ କହିଥିଲେ ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ ଏକ ଲଫାପା ଭିତରେ ନାମ ଲେଖି ମୋ ହାତ ପଠାଇଛନ୍ତି । ଏଥିରେ ଯାହାର ଭି ନାମ ରହିବ ତାହାକୁ ଆମେ ମାନିବାକୁ ହେବ । ପରେ ସମସ୍ତଙ୍କ ସାମନାରେ ଲଫାପାକୁ ଡଃ. ପାଣିଗ୍ରାହୀ ଚିରି ଥିଲେ । ଏଥିରେ ଲେଖାଯାଇଥିବା କାଗଜରେ ନାମକୁ ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷାଦେବୀ ପଢି ୧୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ସୋନମ ପଲେଇର ନାମ ଘୋଷଣା କରିଥିଲେ । ଏହାପରେ ଖାଲି ପଡିଥିବା ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ପଦଲାଗି ୧୧ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ସୋନମ୍ ପଲେଇ ବିଜେଡିରୁ ଜଣେ ମାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ୧୦.୪୯ରେ ସୋନମ ପଲେଇ ଗୋଟିଏ ସେଟ ପ୍ରାର୍ଥୀ ପତ୍ର କରିଥିବା ବେଳେ ୧୦.୫୦ରେ ଆଉଗୋଟିଏ ସେଟ୍ ପ୍ରାର୍ଥୀ ଦାଖଲ ନିର୍ବାଚନ ଅଧିକାରୀ ତଥା ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ନିକଟରେ ଦାଖଲ କରିଥିଲେ । ଗୋଟିଏ ସେଟ ପ୍ରାର୍ଥୀ ପତ୍ର ଦାଖଲରେ ପ୍ରସ୍ତାବକ ଭାବେ ୧୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଜେ.ସନ୍ତୋଷୀ ରହିଥିବା ବେଳେ ସମର୍ଥକ ଭାବେ ୧୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ସନ୍ଧ୍ୟାରାଣୀ ଦଳେଇ ଥିଲେ । ସେହିପରି ଆଉଗୋଟିଏ ସେଟ୍ ରେ ୩୬ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ତଥା ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ପ୍ରସ୍ତାବକ ଭାବେ ରହିଥିବା ବେଳେ ୩୩ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ସୈାଦାମନୀ ବେହେରା ସମର୍ଥକ ଭାବେ ରହିଥିଲେ । ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଯାଞ୍ଚ ହୋଇଥିବା ବେଳେ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ନିର୍ଦ୍ଧାରିତ ହୋଇଥିଲ।। ତେବେ ଜଣେ ମାତ୍ର ପ୍ରାର୍ଥୀ ଭାବେ ୧୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ସୋନମ୍ ପଲେଇ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀ ଦାଖଲ କରିଥିବା ରୁ ନିର୍ବାଚନ ନୀୟମ ଅନୁଯାୟୀ ନିର୍ବାଚନ ଅଧିକାରୀ ତଥା ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ଶ୍ରୀମତି ସୋନମ୍ ପଲେଇ ନାମ ଘୋଷଣା କରିଥିଲେ । ଏହିଅବସରରେ ନବନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଙ୍କୁ ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଚିକିଟି ବିଧାୟିକା ଉଷାଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଂଜୁଳା ସ୍ୱାଇଁଙ୍କସମେତ ଉପସ୍ଥିତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ବିଜେଡିଦଳ ର ନେତା ଏବଂ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ନବନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ କହିଥିଲେ ଯେ ଆଜି ମୋତେ ଏହି ପଦବୀ ପାଇଁ ଓଡିଶାର ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋର ନାମ ଚୟନ କରିଥିବାରୁ ମୁଁ ସର୍ବପ୍ରଥମେ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ତ ବିଧାୟକ/ବିଧାୟିକା ଏବଂ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଗଂଜାମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତୀ ସକାଶେ ଅହରହ ଉଦ୍ୟମ କରିବି । ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଗୁଡିକ ସଠିକ୍ ଭାବେ ସାଧାରଣ ଲୋକ କିପରି ପାଇପାରିବେ ସେଥିପ୍ରତି ଧ୍ୟାନଦେବି ବୋଲି ଅଧ୍ୟକ୍ଷା ଶ୍ରୀମତି ପଲେଇ କହିଥିଲେ । ଏହାସହ ବର୍ତ୍ତମାନ ପରିପ୍ରେକ୍ଷୀରେ ପାନୀୟ ଜଳ ସମସ୍ୟା ଉପରେ ଅଧିକଗୁରୁତ୍ୱ ରହିବ ବୋଲି ସେ ମଧ୍ୟ କହିଥିଲେ । ସୂଚାନା ଯୋଗ୍ୟ ଯେ ନବନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ପଲେଇ ଖଲିକୋଟ ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେଡି ନେତା ତଥା ସୁଗଠକ କିଶୋର ପଲେଇଙ୍କ ବହୂ ଅଟନ୍ତି ।
ପ୍ରକାଶ ଥାଉକି ଯେ ଗଂଜାମ ଜିଲ୍ଲାରେ ୬୯ଟି ଜିଲ୍ଲାପରିପଦ ମଧ୍ୟରୁ ୨୦୧୭ ନିର୍ବାଚନରେ ବିଜେଡି ୬୪ଟି ଜୋନ ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ବିଜୟୀ ହୋଇଥିବା ବେଳେ ଭାଜପା ର ୪ଟି ଏବଂ କଂଗ୍ରେସର ୧ଜଣେ ଜିଲ୍ଲାପରିଷଦ ସଭ୍ୟା ନିର୍ବାଚିତ ହୋଇଥିଲେ । ସେଥିରୁ ଛତ୍ରପୁର ବ୍ଲକର ବିଜେଡି ଦଳର ୧୯ନଂ ଜିଲ୍ଲାପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ବେହେରାଙ୍କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେନିର୍ବାଚିତ କରାଯାଇଥିଲ।। ଗତ ସାଧାରଣ ନିର୍ବାଚନରେ ଶ୍ରୀ ବେହେରା ଛତ୍ରପୁର ବିଧାନସଭା ର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପରିଷଦ ସଭ୍ୟ ପଦର ଇସ୍ତପା ଦେଇଥିଲେ । ଏହାପରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୨ତାରିଖ ଦିନ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲ।।

LEAVE A REPLY

Please enter your comment!
Please enter your name here