ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଜମିଛି । ତାଡେପଲ୍ଲୀ ଛକ ସ୍ଥିତ ରଜାଘର ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିଲାଗି ସେହି ଅଞ୍ଚଳରେ ଭିଡ ଜମିଥିଲା । ସେହିପରି ଦାଶରୀ ଜଗନ୍ନଥା ମନ୍ଦିର, ବଡ ରେଡ୍ଡିସାହିର ଜଗନ୍ନାଥ ମନ୍ଦିର, ପାଲିଆଛତ୍ରପୁର ପାଲିଆ ସାହି, ବିପୁଳିଙ୍ଗି ବିରସିଂହ ପୀଠରେ ଜଗନ୍ନାଥ ମନ୍ଦିର, ନରେନ୍ଦ୍ରପୁର ଗ୍ରାମ ଜଗନ୍ନାଥ ମନ୍ଦିର ଆଦି ବିଭିନ୍ନ ଗ୍ରାମରେ ଜଗନ୍ନାଥ ମନ୍ଦିରରେ ନବଯୌବନ ଦର୍ଶନ ଲାଗି ଭିଡ ଜମିବାରେ ଲାଗିଛି । ତାଡେପଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଛତ୍ରପୁର ରାଜ ପରିବାରର ଦାୟାଦ କୈଳାସ ଚନ୍ଦ୍ର ଦେଓ ଓ ଅତିରିକ୍ତ ଗଂଜାମ ଆରକ୍ଷୀ ଅଧୀକ୍ଷକ ପତିତପାବନ ଚୌଧୁରୀ ଅତିଥି ଭାବେ ଯୋଗଦେଇ ପତ୍ରିକା ଉନ୍ମୋଚନ କରିଥିଲେ। ଇଂ ରାମଚନ୍ଦ୍ର ପଟନାୟକ, ଅଶୋକ ଚୌଧୁରୀ, କବି ନିରଂଜନ ତ୍ରିପାଠୀ,ଆଦିକନ୍ଦ ପାଣିଗ୍ରାହୀ,ଜଗବନ୍ଧୁ ପାଣିଗ୍ରାହୀ,ଭୁବନେଶ୍ୱର ପାତ୍ର,ଭାଗବତ ପ୍ରସାଦ ମହାପାତ୍ର,ପୂଜକ ରାଜେନ୍ଦ୍ର ଶତପଥୀ ପ୍ରମୂଖ ଉପସ୍ଥିତ ଥିଲେ ।