ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

0
119

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ହୃଦ୍ଘାତରେ ଛତ୍ରପୁର ବ୍ଲକର ବରିଷ୍ଠ ବିଜେଡି ନେତା ତଥା ଆଇନଜିବୀ ସଦାଶିବ ପାଣିଗ୍ରାହୀ (୭୦) ଙ୍କ ମୃତ୍ୟୁ ଘଟିଛି । ସେ ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ବଡସାହିର ବାସିନ୍ଦା । ପଞ୍ଚାୟତ ସ୍ତରରୁ ଦଳକୁ ସଂଗଠନ କରିବାରେ ତାଙ୍କରି ଭୂମିକା ଅତୁଳନୀ ଥିଲା । ତାଙ୍କରି ମୃତ୍ୟୁ ଖବର ପାଇ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଏକ ଶୋକର ବାତାବରଣ ଦେଖା ଦେଇଥିବା ବେଳେ ବିପୁଳିଙ୍ଗି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏଥିସହ ସେ ଓକିଲାତିରେ ମଧ୍ୟ ବହୁ ପାରଦର୍ଶିତା ଅର୍ଜନ କରିଥିଲେ । ତାଙ୍କରି ମୃତ୍ୟୁ ବେଳେ ପତ୍ନୀ, ୩ ପୁଅ, ବୋହୂ, ଝିଅ, ଜ୍ୱାଇଁ ଏବଂ ନାତିନାତୁଣୀ ଉପସ୍ଥିତ ଥିଲେ । ହୃଦ୍ଘାତ ଜନିତ ରୋଗର ଚିକିତ୍ସା ପାଇଁ ଗତକାଲି ବିଶାଖପାଟଣା ଗସ୍ତ କରିଥିଲେ । ଚିକିତ୍ସା ବେଳେ ତାଙ୍କରି ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here