୧୦ ବର୍ଷ ପୁରୁଣା ଘଟଣାର ବିଚାରଣା, କାତିରେ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

0
36

ଛତ୍ରପୁର, (ଓବି ନ୍ୟୁଜ): ଚମାଖଣ୍ଡି ଥାନା ଅଧୀନ ୨୦୦୯ ମସିହା ତଥା ୧୦ ବର୍ଷ ପୁରୁଣା ଘଟଣାର ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ ମଙ୍ଗଳବାର ବିଚାରଣା ହୋଇଛି । ପ୍ରତାପ ଚନ୍ଦ୍ର ଗୌଡଙ୍କ ମୁଣ୍ଡକୁ କାତିରେ ହାଣିଦେବା ଅଭିଯୋଗରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ ଲକ୍ଷ୍ମୀପୁର ଗ୍ରାମର ଅଭିଯୁକ୍ତ ଏନ୍.ଦାଲେୟା ରେଡ୍ଡିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ପିଙ୍କଳ ଧାରା ୩୨୩(ଅନ୍ୟକୁ ଆଘାତ ପହଞ୍ଚାଇବା)ରେ ଦୋଷୀ ସାବ୍ୟସ୍ତ କରିବା ସହ ସେକ୍ସସନ୍ ୩ ପ୍ରୋବେସନ ଅଫ ଅଫେଣ୍ଡରସ ଆକ୍ଟରେ ଭର୍ତ୍ସନା କରି ଚେତାବନୀ ଦିଆଯାଇ ଘଟଣାର ପୁନରାବୃତ୍ତି ନ କରିବାକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ । ଘଟଣାଟି ୧୦ ବର୍ଷ ପୁରୁଣା ହୋଇଥିବାରୁ ଓ ଘଟଣାରେ ବ୍ୟବହୃତ କାତି ନ ମଳିବାରୁ କଠୋର ଦଣ୍ଡ ଦିଆଯାଇନଥିଲା । ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଓ ସୌରୀ ପ୍ରସାଦ ବେହେରା ଏହି ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here