ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

0
44

ସୋନପୁର (ଓବି ନ୍ୟୁଜ), ସୋନପୁର ଜିଲ୍ଲା ତରଭା ବ୍ଲକ ପୁରୁଣାପାଣି ଗ୍ରାମର ସରକାରି ପ୍ରାଥମିକ ବିଦ୍ୟାଳୟ କୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏହି ସ୍କୁଲ ବନ୍ଦ ପରେ ଏଠାରେ ପଢୁଥିବା ଛତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟରେ ପଢିବାର ବ୍ୟବସ୍ଥା କରାଯାଇଛି । ପାଖ ବିଦ୍ୟାଳୟ କୁ ରାସ୍ତା ନଥିବାରୁ ଛତ୍ରଛାତ୍ରୀ ମାନେ ଯିବା ଆଶିବା କରିବା କଷ୍ଟ ସାଧ୍ୟ ହୋଇ ପଡିଛି । ଏହି ସ୍କୁଲ ୧୯୭୫ ମସିହାରେ ପ୍ରତିଷ୍ଟା ହୋଇଥିଲା । ଅଦିବାସୀ ଛତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ପାଈଁ ଭୈାଗଳିକ ସ୍ଥିତି କୁ ଦେଖି ଏହି ବିଦ୍ୟାଳୟ ସ୍ଥାପନ ହୋଇଥିବା ପ୍ରକାଶ । ୧୦ ରୁ କମ ଛତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ସରକାର ନିଦ୍ଦେଶ ଦେଇଥିବା ବେଲେ କିନ୍ୁ ଏହି ବିଦ୍ୟାଳୟ ୨୦୧୮-୧୯ ବର୍ଷରେ ୧୦ ଜଣ ଛତ୍ରଛାତ୍ରୀ ପଢୁ ଥିବା ବେଲେ ୨୦୧୯-୨୦ ବର୍ଷରେ ୧୫ ଜଣ ଛତ୍ରଛାତ୍ରୀ ପଢୁ ଥିବା ଗ୍ରାମବାସି ପ୍ରକାଶ କରିଛନ୍ତି । ୧୫ ଜଣ ଛତ୍ରଛାତ୍ରୀ ଥିବା ପରେ ବି ଏହି ବିଦ୍ୟାଳୟ ର ବନ୍ଦ କରିବାର ନିଷ୍ପତି ବଦଳାଇବାକୁ ଦାବି ରେ ଗ୍ରାମବାସି ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଗ୍ରାମର ଯୁଧିଷ୍ଟିର ହରିପାଲ,ଶୁକଦେବ ସା,ଯୁଗେଶ୍ୱର ହରିପାଲ,ଶିବ ହରିପାଲ,ଯୁଗମଣି କଅଁର,ଜ୍ୟୋସ୍ନା ହରିପାଲ,ବନିତା ସା ,ଯଶୋବନ୍ତି କୁଅଁର ଙ୍କ ସହ ପ୍ରମୁଖ ଗ୍ରାମବାସି ଜିଲ୍ଲାପାଳଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here