ଘରେ ପଶି ଲୁଟିନେଲେ ଦୁର୍ବୁତ୍ତ,୧୦ ଭରି ସୁନା ସହ ୧୫ ହଜାର ଟଙ୍କା ଚୋରୀ

0
42

ବ୍ରହ୍ମପୁର (ଓବି ନ୍ୟୁଜ୍): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବିଜୟବିହାର ଅଂଚଳରେ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ଘରେ ଡ଼କାୟତମାନେ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଅଂଚଳର ଏମ୍. କନକ ରାଓଙ୍କ ପରିବାର ଲୋକେ ସୋମବାର ରାତିରେ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ ଟା ସମୟରେ ୪ ଜଣ ଦୁର୍ବୁତ କବାଟ ଭାଙ୍ଗି ଘରେ ପଶିଥିଲେ । ସେମାନେ ଭୟଭୀତ କରାଇ ଲୁଟ୍ ପାଇଁ ଉଦ୍ୟମ କରିବା ସମୟରେ କନକ ସେମାନଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ । ତେବେ ଡକାୟତମାନେ ତାଙ୍କୁ ସାମାନ୍ୟ ଆକ୍ରମଣ କରି ଆଲ୍ମିରା ଭାଙ୍ଗି୧୦ ଭରି ସୁନା ଗହଣା ସହ ୧୫ ହଜାର ଟଙ୍କା ଓ ଜିନିଷପତ୍ର ଲୁଟି ନେଇଥିଲେ । ଏନେଇ କନକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି ପୋଲିସ ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଥିବା ପ୍ରକାଶ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here