ମାଙ୍କଡ଼ କାମୁଡାରେ ୧୫ ଜଣ ଗୁରୁତର : ଶେଷରେ ବନ ବିଭାଗ ମାଙ୍କଡ଼କୁ କାବୁ କଲା

0
62

ହିଂଜିଳିକାଟୁ (ଓବି ନ୍ୟୁଜ୍): ହିଂଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମରେ ଏକ ପାଗଳ ମାଙ୍କଡ଼ ଲୋକଙ୍କୁ କାମୁଡିବା ଫଳ ରେ ଗ୍ରାମରେ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ା ରେ ଗ୍ରାମର ୧୫ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଗୁରୁତର ଆହତ ହୋଇ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ପାଗଳ ମାଙ୍କଡ଼କୁ କାବୁ କରିବା ପାଇଁ ଘଟଣା ନେଇ ଗ୍ରାମବାସୀ ହିଂଜିଳିକାଟୁ ବନବିଭାଗୀୟ ବିଟ୍ ହାଉସ୍ କର୍ମଚାରୀଙ୍କୁ ଅବଗତ କରିବା ପରେ ମଙ୍ଗଳବାର ସନ୍ଧ୍ୟା ରେ ସ୍ଥାନୀୟ ବନବିଭାଗୀୟ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା ଓ ଫରେଷ୍ଟ ଗାର୍ଡ ଟ୍ରାଙ୍କୁଲାଇଜର ଟିମ ସଂପୃକ୍ତ ଗ୍ରାମରେ ପଂହଚି ପାଗଳ ମାଙ୍କଡ଼କୁ କାବୁ କରିବା ରେ ସଫଳ ହୋଇଛନ୍ତି ସୋମବାର ପୂର୍ବାହ୍ନରୁ ସଂପୃକ୍ତ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି ମାଙ୍କଡ଼ ଭୟରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ୧୫ ଉର୍ଦ୍ଧ୍ୱ ବହୁ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here