ବେଲଗୁଣ୍ଠା (ଓବି ନ୍ୟୁଜ୍) :ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରୀ ଉଚ୍ଚ ବିଦ୍ୟାଳୟରେ ଉତ୍ତର ଘୁମୁସର ବନଖଣ୍ଡ ଆନୁକୂଲ୍ୟରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବନପାଳ ଭେଙ୍କଟ୍ ରାଓ ଦୋରାଙ୍କ ଆବାହନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ସଭିପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଏସ୍.ସି.ଏଫ୍ କେ.ମାଧବୀଲତା,ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, ଶୁଳପାଣି ଶତପଥୀ, ସମିତି ସଭ୍ୟ ତୁଷାର ବିଷୋୟି ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟ ପରିସରରେ ୫୦ଟି ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା ।ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ଏହି ସବୁ ବୃକ୍ଷର ଉପକାରୀତା ଓ ତଥା ବୃକ୍ଷର ସମାଜକୁ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ପିଲାମାନଙ୍କୁ ବୃକ୍ଷ ଗୁଡ଼ିକର ଆବଶ୍ୟକୀୟ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ।ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ଶେଷରେ ବନରକ୍ଷୀ ମଦନ ମୋହନ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ