ବୃଦ୍ଧଙ୍କ ଆତ୍ମହତ୍ୟା

0
132

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ହିଂଜିଳି ଥାନା ଅଧୀନ ସିକିରି ଗ୍ରାମ ରେ ବୁଧବାର ସକାଳୁ ଜୈନିକ ବୃଦ୍ଧ ପିନ୍ଧିଥିବା ଗାମୁଛା ସହାୟତାରେ ଆତ୍ମହତ୍ୟା କରିଛନ୍ତି ମୃତକ ଜଣକ ଦେବ ଦାସ (୫୦) ଲୋକେ କହିବା ଅନୁସାରେ ବୃଦ୍ଧ ଜଣକ ଦୀର୍ଘ ୧୦ ବର୍ଷ ଧରି ନିଖୋଜ ଥିଲେ । ଗତ ୨ ଦିନ ପୂର୍ବେ ଗ୍ରାମକୁ ପେରି ଆସିବା ପରେ ଗତ ୨ ମାସ ପୂର୍ବରୁ ତାଙ୍କ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ପାରିଥିଲେ । ବୃଦ୍ଧ ଜଣକ ମଙ୍ଗଳବାର ରାତିରେ ଘରୁ କେଉଁଆଡେ଼ ଚାଲି ଯାଇଥିଲେ । ବୁଧବାର ସକାଳୁ ସିକିରି ଗ୍ରାମ ପମ୍ପ ହାଉସ ନିକଟରେ ଏକ ଲୁହାରଡ଼ ରେ ପିନ୍ଧିଥିବା ଗାମୁଛାକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିଲା । ବୁଧବାର ସକାଳୁ ଗ୍ରାମର କିଛି ବ୍ୟକ୍ତି ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଗାଧୋଇବା ପାଇଁ ଯିବା ସମୟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହକୁ ଦେଖି ହିଂଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଜବତ କରି କେସ ନଂ- ୧୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସ୍ତ୍ରୀ ମୃତ୍ୟୁର ଦୁଃଖ ସହିନପାରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ମୃତ ବୃଦ୍ଧଙ୍କ ପୁଅ ସିଲୁ ଅନୁମାନ କରୁଥିବା ହିଞ୍ଜିଳି ଥାନା ଅଧିକାରୀ କହିଛନ୍ତି

LEAVE A REPLY

Please enter your comment!
Please enter your name here