ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

0
47

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ହୁମ୍ମା ବୀର ଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଗତ ୨୬ ତାରିଖ ରୁ ଆରମ୍ଭ ହୋଇଥିବା ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇ ଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ଗଞ୍ଜାମ ବି,ଡି, ଓ ଜ୍ୟୋତି ଶଙ୍କର ରାୟ,ମୁଖ୍ୟ ବକ୍ତା ଏ ବି ଓ ତ୍ରିଲୋଚନ ତ୍ରିପାଠୀ,ପ୍ରଧାନ ଶିକ୍ଷକ ସୁନୀଲ ବେହେରା,ସି ଆର ସି ଦାମୋଦର ପଣ୍ଡା,ଆର୍ତର୍ତାଣ ପଳେଇ,ନିରଞ୍ଜନ ମହାପାତ୍ର,ବିଦ୍ୟାଳୟ ସଭାପତି ସୁରେନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ । କ୍ରୀଡ଼ା ଶିକ୍ଷୟତ୍ରୀ ନମିତା ଦାସ,ସଂଗୀତା ବିଶୋଇ ୮୨ ଜଣ ଛାତ୍ରୀଙ୍କୁ ତାଲିମ ଦେଇଥିଲେ । ଛାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ତାଲିମ ର ଗୁରୁତ୍ୱ ଉପରେ ଅତିଥି କହିଥିଲେ । ଏହାକୁ ବିନାୟକ ତ୍ରିପାଠୀ,ଜୟ କୃଷ୍ଣ ପାତ୍ର,ଗାୟତ୍ରୀ ପଣ୍ଡା,ପ୍ରିୟଙ୍କା ମହାପାତ୍ର,ଅନିତା ପଣ୍ଡା,ଚିନୁ ବେହେରା,ମମତା ତ୍ରିପାଠୀ,ଜିତୁ ନନ୍ଦ,ପିଙ୍କୁ ଗୌଦ୍, ସୁନୀଲ କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here