ବେଗୁନିଆପଡ଼ା(ଓବି ନ୍ୟୁଜ୍): ବେଗୁନିଆପଡ଼ା ବ୍ଲକ୍ ତଥା କୋଦଳା ଏନ୍ଏସି ଅନ୍ତର୍ଗତ ବାଇଗଣିଆ ସାହି, ଗୌଡ଼ ସାହି ଓ ଖରୁଡ଼ା ସାହିର ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ଏକ ପଲିଥିନ୍ ପ୍ରଦୂଷଣ ମୁକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ କର୍ମାମାନେ ପଲିଥିନ୍ ର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାକୁ ବ୍ୟବହାର ନ କରିବାକୁ ବୁଝାଇଥିଲେ । ଏହି ଶୋଭାଯାତ୍ରାରେ ବାଇଗଣିଆ ସାହିର ଅଙ୍ଗନବାଡ଼ି କର୍ମୀ ରୀତାରାଣୀ ମିଶ୍ର, ଗୌଡ଼ ସାହିର ସୁନୀତା ଗୌଡ଼ ଏବଂ ଖରୁଡ଼ା ସାହିର ସୁମିତ୍ରା ନାୟକଙ୍କ ସମେତ ଅଙ୍ଗନବାଡ଼ି ସହାୟିକା, ଗ୍ରାମବାସୀ ଓ ଶିଶୁମାନେ ଯୋଗ ଦେଇଥିଲେ ।