ଗଞ୍ଜାମ ଜିଲା ବିଜେପି ମତ୍ସ୍ୟଜୀବୀ ସଂଘ ବୈଠକ

0
26

ରଙ୍ଗେଇଲୁଣ୍ଡା(ଓବି ନ୍ୟୁଜ୍): ଗଞ୍ଜାମ ଜିଲା ବିଜେପିର ମତ୍ସ୍ୟଜୀବି ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷିସ୍ଥିତ ଜି-ମାକ୍ସ ରିସୋର୍ଟରେ ଅନୁଷ୍ଠିତ ଏହି ବୈଠକରେ ବିଜେପିର ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ବୈଠକରେ ଗଞ୍ଜାମ ଜିଲାର ସମସ୍ତ ସାମୁଦ୍ରିକ ମତ୍ସ୍ୟଜୀବି ଗ୍ରାମରୁ ବହୁ ମତ୍ସ୍ୟଜୀବି ଉପସ୍ଥିତ ଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଗ୍ରାମାଂଚଳର ମତ୍ସ୍ୟଜୀବିଙ୍କୁ ଅବଗତ କରାଇବା ସହ ମତ୍ସ୍ୟଜୀବୀମାନଙ୍କୁ ସ୍ୱାବଲମ୍ବୀ କରାଇବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଆଗାମୀ ଦିନରେ ମତ୍ସ୍ୟଜୀବିମାନଙ୍କ କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି କାହ୍ନୁ ଚରଣ ପତି, ରାଜ୍ୟ ସାଧାରଣ ସଂପାଦକ ରାଜେଶ ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ ଓ ରାଜା ରାଓ ମଂଚାସୀନ ଥିଲେ ।

LEAVE A REPLY

Please enter your comment!
Please enter your name here