ରାଜ୍ୟସ୍ତରୀୟ ପୌରାଣିକ ନାଟକ ପ୍ରତିଯୋଗୀତା: ୪ର୍ଥ ସନ୍ଧ୍ୟାରେ ନାଟକ ‘ବେଲାଳସେନ’ମଂଚସ୍ଥ

    0
    34

    ବ୍ରହ୍ମପୁର(ଓବି ନ୍ୟୁଜ୍): ସ୍ଥାନୀୟ ପ୍ରକାଶ ମଲ୍ ପ୍ରେକ୍ଷାଳୟ ସାଂସ୍କୃତିକ ପ୍ରତିଷ୍ଠାନ ମଂଚଜ୍ୟୋତି ଓ ସଂସାର ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଚାଲିଥିବା ନାଟକ ପ୍ରତିଯୋଗିତାର ୪ୟ ରଜନୀରେ ବ୍ରହ୍ମପୁରସ୍ଥିତ ଜଗାବଳିଆ ପ୍ରଗତିଶୀଳ ନାଟ୍ୟ ସଂସଦ ପ୍ରାୟୋଜିତ ନାଟକ ‘ବେଲାଳସେନ’ ମଂଚସ୍ଥ ହୋଇଯାଇଛି । ଏହି ଅବସରରେ ଶିକ୍ଷାବିତ୍ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍ଏମ୍ଆଇଟି ସଭାପତି ଡ଼ଃ. ଭଗବାନ ଗନ୍ତାୟତ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ ଏବଂ ସମ୍ମାନୀତ ଅତିଥି ଭାବେ କେ.ଏନ୍ପୁର ସରପଂଚ କୈଳାସ ଚନ୍ଦ୍ର ଗୌଡ଼ ଯୋଗ ଦେଇ ଏଭଳି ଆୟୋଜନକୁ ପ୍ରଶଂସା କରିବା ସହ ବର୍ତମାନ ସମୟରେ ପୌରାଣିକ ନାଟକ ର ବିଶେଷ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ପ୍ରଦୀପ ମଦନ ମିଶ୍ର, ଅଭିନେତ୍ରୀ ପ୍ରୀତି ପଟ୍ଟନାୟକ, ଶିକ୍ଷାବିତ୍ ଜିତେନ୍ଦ୍ରନାଥ ପଟ୍ଟନାୟକ, ସାମ୍ବାଦିକ ସୁଦୀପ ସାହୁ ଓ ନବକିଶୋର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଂଚଜ୍ୟୋତି ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂସାରର ସଂପାଦକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।

    LEAVE A REPLY

    Please enter your comment!
    Please enter your name here