ହିଞ୍ଜିଳିକାଟୁରେ ମହା ଆଡମ୍ବର ସହ ରଥ ଯାତ୍ରା ପାଳିତ

0
189

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ….ହିଞ୍ଜିଳିକାଟୁ ଓ ସ୍ଥାନୀୟ ଆଖପାଖ ଗ୍ରାମରେ ମହା ଆଡମ୍ବର ସହ ରଥ ଯାତ୍ରା ପାଳିତ ହୋଇଯାଇଛି । ପାଟଣ ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରେ ବୈଦିକ ରୀତିନୀତି ପରେ ଠାକୁରଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବାପରେ ଆଜି ଭୋର ପ୍ରାୟ ସାଢେ ୪ଟା ରେ ମଙ୍ଗଳଆରତୀ, ଅବକାଶନୀତି ପରେ ସୂର୍ଯ୍ୟପୂଜା, ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଥିଲା ଠାକୁରଙ୍କୁ ପହଣ୍ଡି କରାଇ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତଙ୍କ ହୁଳହୁଳି ସଙ୍ଗେ ଶଙ୍ଖଧ୍ୱନିର ତାଳେ ତାଳେ ହରିବୋଲ ଶବ୍ଦରେ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ଅନୁଭବ ହୋଇଥିଲା । ହିଞ୍ଜିଳିକାଟୁ ସହର ସମେତ ଆଖପାଖ ଗ୍ରାମ ରେ କୁନି କୁନି ପିଲା ମାନେ ବହୁ ସୁନ୍ଦର ସୁନ୍ଦର ରଥ କରି ସେଥିରେ କୁନି କୁନି ଠାକୁରଙ୍କୁ ରଖି ଟାଣି ଟାଣି ନେଉଥିବା ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here