ବେଲଗୁଣ୍ଠା ଅଞ୍ଚଳରେ ପବିତ୍ର ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ।

0
58

ବେଲଗୁଣ୍ଠା (ଓବି ନ୍ୟୁଜ୍) (ପ୍ରଭାତ ସାହୁ) ; ବେଲଗୁଣ୍ଠା ସହର ଓ ଏହାର ଆଖପାଖ ଅଞ୍ଚଳରେ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ବେଲଗୁଣ୍ଠା ସହର ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ମନ୍ଦିର, ବାଲିଡି ସାହି ଜଗନ୍ନାଥ ମନ୍ଦିରରେ ଗୁଣ୍ଡିଚା ଯାତ୍ରା ଶାନ୍ତିଶୃଙ୍ଖଳା ର ସହ ପାଳିତ ହୋଇଯାଇଅଛି । ଆଜି ସକାଳ ଦୁଇ ମନ୍ଦିରରେ ଦୈନନ୍ଦିନ ରିତିନୀତି ପାଳିତ ହେବାପରେ ସଂଧ୍ୟା ୫ ଘଟିକା ସମୟରେ ପହଣ୍ଡି ଆରମ୍ଭ ହୋଇ ମହାପ୍ରଭୁ ରଥାରୂଢ ହୋଇଥିଲେ । ରଥଯାତ୍ରା ଦେଖିବା ପାଇଁ ବଡଦାଣ୍ଡ ଓ ବାଲିଡି ସାହିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ବେଲଗୁଣ୍ଠା ସହରର ରଥଯାତ୍ରାର ସ୍ୱତନ୍ତ୍ରତା ଵହନ କରୁଥିବା ଟାହିୟା ବା ଝରା ଦେଖିବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ସେହିପରି ଏହି ବ୍ଲକ ଅନ୍ତର୍ଗତ ଗୋବରା,ପାଇଲିପଡା,ଜୟନ୍ତୀଗଡରେ ମଧ୍ୟ ମହାସମାରୋହରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here