ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ

0
31

ଧର୍ମଗଡ (ଓବି ନ୍ୟୁଜ)(ବରଦା ପ୍ରଶନ୍ନ ନାୟକ) ; ଧର୍ମଗଡ ତଥା ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମହାଆଡମ୍ଭର ସହିତ ଶାନ୍ତି ସୃଙ୍ଖଳାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଦୃଷ୍ଠିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ପ୍ରଥମେ ବିଭିନ୍ନ ଘଣ୍ଟ,ତାଳ,ମୃଦଙ୍ଗ ଆଦି ବାଦ୍ୟର ତାଳେ ତାଳେ ଚତୁର୍ଥାମୁତ୍ତର୍ତ୍ଥିଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ପରେ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ଅଣାଯାଇଥିଲା । ରଥଯାତ୍ରା ରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବା ପାଇଁ ଦୁର ଦୁରାନ୍ତ ଏବଂ ଆଖପାଖ ଅଞ୍ଚଳ ରୁ ବହୁ ଦର୍ଶକ ଆସିଥିବା ଦେଖିବାକୁ ମିଳିଥିଲା । ସାରା ସହର ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେବାକୁ ଲାଗିଥିଲା । ଧର୍ମଗଡ ସମେତ ବହୁ ଆଖପାଖ ଅଂଚଳରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here