ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଛତ୍ରପୁର ଉପଜିଲ୍ଲାପାଳ

0
501

ଛତ୍ରପୁର /ଗଞ୍ଜାମ (ଓବି ନ୍ୟୁଜ)(ପ୍ରଶାନ୍ତ/ଉମାକାନ୍ତ) : ଗଂଜାମ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ଉଚ୍ଚ ପାଦଧିକାରୀ ମାନେ ଜନସାଧାରଣଙ୍କ ନିକଟବତୀ ହୋଇ କାର୍ଯ୍ୟକରି ଆସୁଛନ୍ତି । କେତେବେଳେ ଜିଲ୍ଲାପାଳ କାଦୁଆ ଚାଷ ଜମିରେ ଚାଷୀମାନଙ୍କ ଧାଡି ରୂଆଁ କରିବାସହ ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ପାଠ ପଢାଉଛନ୍ତି । ମୂଖ୍ୟମନ୍ତ୍ରୀ ୫ଟି କାର୍ଯ୍ୟସୂଚୀ ଆଧାରରେ ଗଂଜାମ ଜିଲ୍ଲାପାଳଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟଶୈଳୀ ଆରମ୍ଭ କରିଛନ୍ତି ।

ଆଜି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଗଂଜାମ ଏନଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସାରି ଅଚାନକ ହୁମ୍ମାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବା ସହ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ପିଲା ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ସହ ସେମାନଙ୍କର କ୍ୟାରିୟର କିପରୀ ଗଢିବେ ତାଉପରେ ସୂଚନା ଦେଇଥିଲେ ।

ଶିକ୍ଷାଦନ ପରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅନୁଭୂତି କିପରୀ ହୋଇଥିଲା ପଠାରି ବୁଝିଥିଲେ । ଏହି ବିଦ୍ୟାଳୟ ୧୯୫୬ ମସିହାରେ ପ୍ରତିଷ୍ଠିତ ହୋଇଛି । ସୋରଡା, ଗଂଜାମ ଓ ଖଲିକଟ ସମେତ ଜିଲ୍ଲାର ବିଭିନ୍ନ ଅଂଚଳ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୪୪୧ଜଣ ଛାତ୍ରଛାତ୍ରୀ ଏହି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ କେବଳ ୨୯୧ଜଣ ଛାତ୍ର ରହି ମାଗଣାରେ ରହିବା ଓ ଖାଇବା ସବିଧା ପଉଛନ୍ତି । ଆଜି ନବମ ଶ୍ରେଣୀରେ ୬୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ବିଦ୍ୟାଳୟ ରିଜଲ୍ଟ ଭଲ ରହିଥିବା ସୂଚନା ମିଳିଛି । ଏହି ପରିଦର୍ଶନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ଗଂଜାମ ବ୍ଲକ ମଙ୍ଗଳ ଅଧିକାରୀ ପ୍ରକାଶ ନାୟକ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here